ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ;କଟକ

କଟକ: କଟକରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ଉପର ବାଲିଯାତ୍ରା ପଡ଼ିଆ ଠାରେ  ଆସନ୍ତା ୨୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ସାମାଜିକ ସଂଗଠନ   ସା-ପରିଚୟ ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ମେଳା ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମେଳାରେ ୧୨୦ରୁ ୧୪୦ ଟି ଷ୍ଟଲ ମାଧ୍ୟମରେ ଓଡ଼ିଶାର ୧୧ ଗୋଟି ଜିଲ୍ଲା ଏବଂ ଦେଶର ୧୬ଟି ରାଜ୍ୟର ବିଭିନ୍ନ  ଆଦିବାସୀ ଜନଜାତି ସମ୍ପ୍ରଦାୟ  ସେମାନଙ୍କ ଜଳାକୃତି ତଥା ଲୋକନୃତ୍ୟ ଓ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବରୁ ଏହି ଫାଉଣ୍ଡେସନ ୨୦୧୭ ମସିହାରେ ପୁରୀରେ ଆଉ ୨୦୧୮ ଏବଂ ୧୯ରେ ଭୁବନେଶ୍ୱର ସ୍ଥିତ ଇଡ଼କୋ ପ୍ରଦଶନ ପଡ଼ିଆଠାରେ  ଆୟୋଜିତ କରିଥିବା ବେଳେ କଟକ ଇତିହାସ ପ୍ରଥମ ଆଦିବାସୀ ମେଳା ଭାବରେ ଇତିହାସ ସୃଷ୍ଟି କରିବ ବୋଲି ସା-ପରିଚୟ ସଙ୍ଗଠନ ର  ପରିଚାଳନା ଟ୍ରଷ୍ଟି ସୁବାଶୀଷ ଦାଶ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମେୟର୍ ସୁବାଷ ସିଂ,ଡେପୁଟି ମେୟର ଦମୟିନ୍ତୀ ମାଝୀ ଙ୍କ ସମେତ ସଙ୍ଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେ।