ରୁଷ-ୟୁକ୍ରେନ ଯୁଦ୍ଧ : ମଇଦାନକୁ ଓହ୍ଲାଇଛନ୍ତି ଡଲଫିନ୍
ଦୀର୍ଘ ୨ ମାସ ଧରି ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି ।
(ଦିଲ୍ଲୀ) : ଦୀର୍ଘ ୨ ମାସ ଧରି ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ମଧ୍ୟରେ ୟୁକ୍ରେନ୍ର ଅଧିକାଂଶ ସହରକୁ ଧ୍ୱଂସ କରିସାରିଲାଣି ରୁଷ। ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି ଡଲଫିନ୍।

ରୁଷ ୟୁକ୍ରେନ୍ ସହ ଲଢ଼ିବା ପାଇଁ ଡଲଫିନମାନଙ୍କୁ ଦେଇଛି ମିଲିଟାରୀ ଟ୍ରେନିଂ। ବ୍ଲାକ୍ ସିରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ନଜର ରଖିବା ପାଇଁ ଏହି ପ୍ରଶିକ୍ଷିତ ଡଲଫିନଗୁଡିକୁ ନିୟୋଜିତ କରିଛି ରୁଷ। ଏନେଇ ଆମେରିକାର ୟୁଏସ୍ ନାଭାଲ ଇନଷ୍ଟିଚ୍ୟୁଟ୍ ସ୍ୟାଟେଲାଇଟ୍ ଫଟୋ ଜରିଆରେ ସ୍ପଷ୍ଟ କରିଛି।

ସୂଚନାନୁଯାୟୀ , ମିଲିଟାରୀ ଦ୍ୱାରା ଟ୍ରେନିଂ ଦିଆଯାଇଥିବା ଏହି ଡଲଫିନଗୁଡିକ ରୁଷ ନାଭାଲ ବେସ୍ର ଏଣ୍ଟ୍ରି ପଏଣ୍ଟକୁ ଜଗି ରହିଛନ୍ତି। କୌଣସି ବି ଜାହାଜ, ବୁଡ଼ାଜାହାଜ କିମ୍ବା ଯୁଦ୍ଧ ଜାହାଜ ଏହି ସ୍ଥାନରୁ ହିଁ ରୁଷରେ ପ୍ରବେଶ କରିପାରିବ। ସେହିପରି ରୁଷର ଆଣବିକ ବୁଡ଼ାଜାହାଜ ଏବଂ ଯୁଦ୍ଧ ଜାହାଜ ସବୁବେଳେ ଏଠାରେ ଉପସ୍ଥିତ ଥାଏ, ଏଥିଯୋଗୁଁ ଡଲଫିନ୍ର ମୁତୟନ ଅଧିକ ଗୁରୁତ୍ୱପୂର୍ଣ୍ଣ।