କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ସାମାଜିକ କର୍ମୀ ପବିତ୍ର କୁମାର ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଏବଂ ପୋଷ୍ଟମର୍ଟମ ରିପୋର୍ଟରୁ ସଫା ବାରି ହେଇଯାଉଥିବା ବେଳେ, ହତ୍ୟାକାରୀଙ୍କୁ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ଘଣ୍ଟ ଘୋଡାଉଛନ୍ତି । ଏ ନେଇ ଏକାଧିକ ସାମାଜିକ ସଂଗଠନ ଏକତ୍ରିତ ହୋଇ କଟକ ବକ୍ସି ବଜାର ଠାରେ ଥିବା ପୋଲିସ ମହାନିର୍ଦେଶକଙ୍କ କାର୍ୟ୍ୟାଳୟରେ ପହଞ୍ଚି ପୂର୍ଣ ପୋଲିସ ତଦନ୍ତ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି କି ପୋଲିସ କୌଣସି ଚାପ କିମ୍ବା ପ୍ରିୟାପ୍ରିତି ପୋଷଣ ନକରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁ।