ଜଳେଶ୍ୱର( ଅଜିତ କୁମାର ସାହୁ ): ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ, ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଗୁରୁତର। ଘଟଣାରୁ ପ୍ରକାଶ କି ଚାଷିପଡା ଗ୍ରାମର ଶ୍ରୀଧର ରାଉତଙ୍କ ପୁତ୍ର ରାଜେଶ ଆଜି ସକାଳ ସମୟରେ ସ୍ଥାନୀୟ ସିଦ୍ଧେଶ୍ଵର ଉଚ୍ଚ ବିଦ୍ୟାଳୟକୁ ନବମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଥିବା ସମୟରେ, ଗେଟ ବଜାର ଅନତି ଦୁରରେ ଏକ ବାଇକ ଧକ୍କାରେ ଗୁରୁତର ହୋଇଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବସ୍ତା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ, ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
