ବ୍ରିଜ ତଳକୁ କାର୍ ଖସି ଜଣେ ମୃତ ୫ ଆହତ

ମୋହନା- ବ୍ରିଜ ତଳକୁ ଖସିଲା କାର । ମୋହନାର ଅଡବା ଥାନା ଖକ୍ଷରୀଗୁଡା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । କାରଟି କଲିକତାରୁ ଟିକିରି ଯାଉଥିବା ଜଣାପଡ଼ିଛି ।