ଭଦ୍ରକ– ଲୁୁଟ୍ ଉପରେ ମହାଲୁଟ୍ । ଲୁଟ ଏମିତି ହୋଇଛି ଆପଣ ଶୁଣିଲେ ହୋଇଯିବେ ତାଜୁବ । ଏଭଳି ଘଟଣା ଘଟିଛି ଭଦ୍ରକ ସହରର ବାଇପାସ ନିକଟରେ ଥିବା ଏସପି ଗୋଲ୍ଡ ଦୋକାନରୁ । ଗତକାଲି ରାତିରେ ଦୁର୍ବୃତ୍ତମାନେ କାନ୍ଥ କାଟି ଦୋକାନ ଭିତରକୁ ପଶିଥିଲେ । ସୁନା ଦୋକାନରେ ଲକର ରହିଥିବା ହେତୁ ଚୋରମାନେ ଲକରକୁ କାଟି ପାରିନାହାନ୍ତି ।ଲକର ବାହାରେ ରୂପାର ଷ୍ଟେଚୁ ଥିଲା ।ସୁନା ଦୋକାନରେ କଣ କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନି । ତେବେ ସିସିଟିଭି ଫୁଟେଜରେ ଚୋରମାନେ ଦୋକାନ ଭିତରକୁ ପଶି ଥିବାର ଚିତ୍ର ଦେଖିବାକୁ ମିଳିଛି । ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।