ରାଇରଙ୍ଗପୁର(ସତ୍ୟନାର।ୟଣ ପାଲ୍)- ଆଜି ପଞ୍ଚାୟତ ସମିତି ନିର୍ବାଚନ।ପଞ୍ଚାୟତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିଲା କଡାଟକ୍କର। ମୟୂରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକ ଅଧ୍ୟକ୍ଷ ଭାବେ ଉମାଦେଇପୁର ସମିତି ସଭ୍ୟ ତୁଳସୀ ସିଂ ନିର୍ବାଚିତ ହୋଇଛନ୍ତି।ତେବେ ସାରସକଣାରେ ଚଳିତ ବର୍ଷ ବିଜୁ ଜନତା ଦଳ କୌଶଳ କ୍ରମେ ଓ ସୁରକ୍ଷା ବଳୟରେ ରହି ଜିଲ୍ଲା ପରିଷଦ ସହ ଅନେକ ପଞ୍ଚାୟତ ରେ ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ବିଜୟର ଟୀକା ପିନ୍ଧିଥିବା ବେଳେ କାହାକୁ ବ୍ଲକ ଅଧ୍ୟକ୍ଷ କରିବେ ତାହାକୁ ନେଇ ଚାଲିଥିଲା ଘୋଡା ବେପାର । ଘୋଡ଼ା ବେପାର ହେଇଛି ଶେଷ ।
ତେବେ ବିଜେପି, କଂଗ୍ରେସକୁନେଇ ଲାଗିରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଶକ୍ତି ପ୍ରଦର୍ଶନ କରିଛି ବିଜେଡି। ପ୍ରତିଦ୍ବନ୍ଦି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି ତୁଳସୀ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉମାଦେଇପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜେଡି ନେତା ଅମରେନ୍ଦ୍ର କର ଙ୍କ ନେତୃତ୍ବରେ ନିର୍ବାଚିତ ହୋଇଥିଲେ। ତେବେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଘୋଷଣା ହେବାପରେ ବିଜେଡି ସଙ୍ଗଠନରେ ଆନନ୍ଦଉଲ୍ଲାସ ଦେଖାଦେଇଛି। ସୂଚନାଯୋଗ୍ୟ, ସାରସ କଣା ବ୍ଲକର ୧୭ଟି ପଞ୍ଚାୟତରୁ ୧୭ଜଣ ସମିତି ସଭ୍ୟ ଓ ସଭ୍ୟା ନିର୍ବାଚିତ ହେବାପରେ ସେମାନଙ୍କ ମଧ୍ୟରୁ ନିର୍ବାଚନ ପରେ ନିର୍ବାଚିତ ସମିତି ସଭ୍ୟ/ସଭ୍ୟାଙ୍କୁ ଏକଜୁଟ କରିବାରେ ବିଜେଡି ନେତା ଅମରେନ୍ଦ୍ର କରଙ୍କ ପ୍ରମୁଖ ଭୂମିକା ରହିଥିଲା ବୋଲି କୁହାଯାଏ।
ତେବେ ବିଜେଡି ହାତରେ ୧୧ଜଣ ସମିତି ସଭ୍ୟ ଓ ସଭ୍ୟା ରହିଥିଲେ । ସେହିପରି ବିଜେଡିର ଅନ୍ୟଏକ ଗୋଷ୍ଠୀରେ ୬ଜଣ ନିର୍ବାଚିତ ସମିତି ସଭ୍ୟ ରହିଥିଲା ବେଳେ ସଂଖ୍ୟା ଦୃଷ୍ଟିରୁ ଶେଷରେ ସେମାନେ ମୁଣ୍ଡ ନୁଆଇଁ ଥିଲେ । ତେଣୁ ବିଜେଡିର ସଂଖ୍ୟା ୧୧ ହୋଇଥିଲା। ଏହାବ୍ୟତୀତ ସ୍ୱାଧୀନ ୧ଜଣ ରହିଥିଲା ବେଳେ ବିଜେଡିରେ ନିଜକୁ ସାମିଲ କରାଇଥିଲେ। ନିର୍ବାଚନ ବେଳକୁ ବିଜେଡି ସପକ୍ଷରେ ମୋଟ ସଂଖ୍ୟା ୧୧ ରହିଥିଲା। ତେବେ ବିଜେଡି ନେତା ଅମରେନ୍ଦ୍ର କର(ଜୁଲୁ ନନା) ଏବଂ ବିଜେଡିର ଅନେକ କର୍ମଚାରୀ ଏକଜୁଟ କରିଥିବା ସମିତି ସଭ୍ୟ ଏବଂ ସଭ୍ୟାଙ୍କୁ ନେଇ ନିଷ୍ପତ୍ତି ଅନୁଯାୟୀ ଅଧ୍ୟକ୍ଷ ପଦବୀ ପାଇଁ ତୁଳସୀ ସିଂଙ୍କୁ ଘୋଷଣା ହୋଇଥିବା ଉପସ୍ଥିତ ସମସ୍ତ ସଭ୍ୟ, ସଭ୍ୟା ସମର୍ଥନ ଜଣାଇଥିଲେ ଏବଂ ଆଜି ନିର୍ବାଚନରେ ବିଜେଡି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସ୍ବାଧୀନ ସହିତ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଛି।