ନିର୍ମାଣ ହେବ ଲତା ମଙ୍ଗେଶକରଙ୍କ ସଙ୍ଗୀତ ଏକାଡେମୀ ଏବଂ ସଂଗ୍ରହାଳୟ

ଆମ ସମସ୍ତଙ୍କୁ ଛାଡି ଚାଲିଗଲେ ଭାରତ ରତ୍ନ ସ୍ୱର କୋକିଳା ଲତା ମଙ୍ଗେଶକର । ଯାହାଙ୍କ ଦେହାନ୍ତରେ ପୁରା ଭାରତ ସ୍ତବ୍ଧ ହୋଇଯାଇଛି ।

(ଦିଲ୍ଲୀ) : ଆମ ସମସ୍ତଙ୍କୁ ଛାଡି ଚାଲିଗଲେ ଭାରତ ରତ୍ନ ସ୍ୱର କୋକିଳା ଲତା ମଙ୍ଗେଶକର । ଯାହାଙ୍କ ଦେହାନ୍ତରେ ପୁରା ଭାରତ ସ୍ତବ୍ଧ ହୋଇଯାଇଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ନାମରେ ଅନେକ ଘୋଷଣା କରିଛନ୍ତି। ଲତା ମଙ୍ଗେଶକରଙ୍କ ନାମରେ ଇନ୍ଦୋରରେ ଏକ ସଙ୍ଗୀତ ଏକାଡେମୀ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ଖୋଲାଯିବ।

ସୂଚନାନୁଯାୟୀ , ଶିବରାଜ ସିଂ ଚୌହାନ ଇନ୍ଦୋରରେ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କହିଛନ୍ତି। ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ଲତା ମଙ୍ଗେଶକର ପୁରସ୍କାର ପ୍ରଦାନ କରାଯିବ।