କେରଳର ସର୍ବାଧିକ ୨୬,୭୨୯ ନୂଆ ସଂକ୍ରମିତ ଚିହ୍ନଟ

ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ଦୈନିକ ସଂକ୍ରମଣ ୮୩,୮୭୬ ରହିଛି ।

(ଦିଲ୍ଲୀ) : ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ଦୈନିକ ସଂକ୍ରମଣ ୮୩,୮୭୬ ରହିଛି । କେରଳର ସର୍ବାଧିକ ୨୬,୭୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯,୬୬୬, କର୍ଣ୍ଣାଟକାରେ ୮,୪୨୫, ତାମିଲନାଡୁରେ ୬,୧୨୦ ଓ ମଧ୍ୟପ୍ରଦେଶରୁ ୫,୧୭୧ ଜଣ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ଏହି ୫ ରାଜ୍ୟରୁ ମୋଟ ସଂକ୍ରମଣର ୬୬.୯% ଆକ୍ରାନ୍ତ ରହିଛନ୍ତି। କେବଳ କେରଳରୁ ୩୧.୮୭% ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ସୂଚନାନୁଯାୟୀ , ତେବେ ଦିନକରେ କରୋନା ଜନିତ ମୃତ୍ୟୁ ତାଲିକାରେ ଆଉ ୮୯୫ ଜଣଙ୍କ ନାଁ ଯୋଡ଼ି ହୋଇଯାଇଛି। ଏହା ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ଲୋକଙ୍କ ତଥ୍ୟ ନୁହେଁ। ବିଭିନ୍ନ ରାଜ୍ୟରେ ଚାଲିଥିବା ଅଡିଟ ବେଳେ ଆସୁଥିବା ତଥ୍ୟକୁ ଆଧାର କରି ମୋଟ ମୃତ୍ୟୁସଂଖ୍ୟା ଜାରି କରାଯାଉଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୦୨,୮୭୪କୁ ବୃଦ୍ଧି ପାଇଛି।