ରାଇରଙ୍ଗପୁର : ୩ଲକ୍ଷ ଟଙ୍କା ଝାମ୍ପିନେଲେ ଚୋର । କଳା ପଲସର ଚୋରଙ୍କ ସ୍କାନରରେ ବାମନଘାଟୀ ଉପଖଣ୍ଡ । ଏ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ କଲ୍ୟାଣ ଭବନ ସାମନାରେ । ବୃଦ୍ଧ ବ୍ୟକ୍ତଙ୍କ ଠାରୁ ୩ ଳକ୍ଷ ଟଙ୍କା ଛଡ଼େଇ ନେଇଥିବା ଅଭିଯୋଗ ହୋଇଛି । ବୃଦ୍ଧା ଜଣକ ହେଲେ ମୁଖ୍ୟ ସହରରୁ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ଆହ୍ଲାଦ ଚରଣ ମୁର୍ମୁ । ଆଜି ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ବ୍ୟକ୍ତି ଗତ କାମ ପାଇଁ ୩ ଲକ୍ଷ ଉଠାଇଥିଲେ । ସେହି ଟଙ୍କାକୁ ଧରି କଲ୍ୟାଣ ଭବନ ପାଖରେ ଗାଡ଼ିରୁ ଓହ୍ଲାଇ ଥିଲେ । ହଠାତ୍ ଦୃତଗତିରେ କଳା ପଲସରେ ଦୁଇ ଚୋର ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଗଲେ । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆହ୍ଲାଦ । ଲୁଟ ଘଟଣା ନେଇ ପୋଲିସ ଚିନ୍ତିତ ଥିବାବେଳେ ସହରବାସୀ ଙ୍କ ମନରେ ଛନକା ପଶେଇଛି । ଏ ନେଇ ଆଖପାଖ ଅଂଚଳର ସିସିଟିଭ କ୍ୟାମେରା ଯାଞ୍ଚ କରୁଛି ଏବଂ ପୋଲିସ ତାର ସମସ୍ତ ପ୍ରକାରର ତଦନ୍ତ ଜାରି ରଖିଥିବା ସୂଚନା ।