ନବରଙ୍ଗପୁର: ଗୋଟିଏ ପଟେ କରୋନାର ପ୍ରଭାବ ଏବଂ ଅନ୍ୟପଟେ ଅଦିନିଆ ବର୍ଷା ଚାଷୀଙ୍କ ମେରୁ ଦଣ୍ଡ ଦୋହଲାଇ ଦେଇଛି । ବର୍ଷା ଯୋଗୁଁ ନବରଙ୍ଗପୁରର ଚାଷୀଙ୍କ ଏକର ଏକର ଧାନ ଓ ମକା ଫସଲ ବ୍ୟପକ ନଷ୍ଟ ହୋଇଛି । ଖାଲି ଧାନ, ମକା ନୁହଁ ପନିପରିବା ମଧ୍ୟ ନଷ୍ଟ ହୋଇଛି । ବର୍ଷାର ମାତ୍ରା ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ଚାଳ ଛପର ଘର ମଧ୍ୟ ଭାଙ୍ଗି ଦେଇଛି । ନବରଙ୍ଗପୁର ଜିଲ୍ଲାରେ ଏତେ ଭୟଙ୍କର କୁଆପଥର ବର୍ଷା କେବେ ଦେଖିନଥିବା କହିଛନ୍ତି ସ୍ଥନୀୟ ଲୋକ । ଅନ୍ୟପଟେ ମଣ୍ଡି ମାନଙ୍କର ପଡ଼ି ରହିଥିବା ଧାନ କୁଆପଥର ମାଡ଼ ନଷ୍ଟ ହେବାକୁ ବସିଲାଣି ।