ଡାକ୍ତର ମହେଶ୍ୱର ସିଂହଙ୍କ ବିୟୋଗ

ରାଉରକେଲା: ରାଉରକେଲା ସହରର ଜଣାଶୁଣା ହୋମିଓପାଥିକ ଡାକ୍ତର ତଥା ଟ୍ରାଫିକ ଗେଟ୍ ରେ ଥିବା ଲିସା ହୋମିଓ ଫର୍ମାସୀ ର ମୁଖ୍ୟ ଡାକ୍ତର ମହେଶ୍ୱର ସିଂହ ଙ୍କ ୭୧ବର୍ଷ ବୟସରେ ବିୟୋଗ ଘଟିଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ର ଚନ୍ଦନନଗର ଗ୍ରାମ ମୂଳ ବାସିନ୍ଦା ସ୍ବର୍ଗତ ସିଂହ ୧୯୮୮ ମସିହାରୁ ହୋମିଓପାଥିକ ଡାକ୍ତର ଭାବେ ସେବା ଯୋଗାଇ ଆସୁଥିଲେ। ସଂପ୍ରତି ସେ ବାସନ୍ତୀକଲୋନୀ ଠାରେ ବାସ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସାନଭାଇ ରାଜ୍ୟସଭା ସାଂସଦ ସୁବାସ ସିଂହ ରାଉରକେଲା ଆସୁଥିବା ଜଣାପଡିଛି। ତାଙ୍କର ବିଧବା ପତ୍ନୀ ଙ୍କ ବ୍ୟତୀତ ଏକମାତ୍ର ପୁତ୍ର ଡାକ୍ତର ଜ୍ୟୋତିପ୍ରକାଶ ,ବୋହୁ ଓ ଦୁଇ ନାତୁଣୀ ଥିବାବେଳେ ଓ କନ୍ୟା ଲିସା ପ୍ରିୟଦର୍ଶନୀ ବାଙ୍ଗାଲୋରରେ ଏକ ବହୁରାଷ୍ଟ୍ରୀୟ କଂପାନିରେ ପଦସ୍ଥ ଅଧିକାରୀ ଭାବେ କାର୍ୟ୍ୟରତ। ଡାକ୍ତର ସିଂହଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଡାକ୍ତର ଶେଷ ଦର୍ଶନ କରିଥିଲେ। ସେ ଜଣେ ଅମାୟିକ ଓ ବଂଧୁ ବତ୍ସଳ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବେଦବ୍ୟାସ ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ପୁତ୍ର ଡାକ୍ତର ଜ୍ୟୋତି ପ୍ରକାଶ ମୁଖାଗ୍ନି ଦେଇଥିଲେ।