ଡ଼ଙ୍ଗା ଭସାଇଲା ବେଳେ ଅଘଟଣ

ଗୋପ/ଭୁବନ(ଜୟନ୍ତ କୁମାର ସେଠୀ / କଳ୍ପତରୁ ଜେନା) : ପୁରୀ ଜିଲ୍ଲା ନିମାପଡା ଅଂଚଳ ରେ ଅଭାବନୀୟ ଘଟଣା । ୨ ନାବାଳକ ପୋଖରୀ ରେ ବୁଡି ପ୍ରାଣ ହରେଇ ଛନ୍ତି। ନିମାପଡା ଥାନା ଆଳି ପିଙ୍ଗଳ ଗାଁ ରେ ଏହି ଘଟଣା ଘଟିଛି। ମୃତ ଦୁଇ ନାବାଳକ ହେଲେ ୭ ବର୍ଷ ର ଶକ୍ତି ସାହୁ ଓ ୧୦ ବର୍ଷ ର ସାଇଶ୍ରୀ ବାରିକ । ସୂଚନା ଅନୁଯାୟୀ କାର୍ତିକ ପୂର୍ଣ୍ଣିମା ଅବସର ରେ ଗାଁ ରେ ଭଜନ କୀର୍ତ୍ତନ ସମାରୋହ ଚାଲିଥିଲା ତେବେ ନିକଟରେ ଥିବା ପୋଖରୀ ରେ ଡଙ୍ଗା ଭାସୁଥିବା ଦେଖି ତାକୁ ଆଣିବା ପାଇଁ ଶକ୍ତି ଓ ସାଇରାମ ପାଣି ଭିତରେ ପଶି ଯାଇ ଥିଲେ। ପରେ ସେମାନେ ପୋଖରୀ ରେ ବୁଡି ଯାଇ ଥିଲେ। ସ୍ଥାନୀୟ ଲୋକ ମାନେ ତୁରନ୍ତ ଉଧାର କରି ମେଡ଼ିକାଲ କୁ ନେଇ ଥିଲେ। ହେଲେ ଶକ୍ତି ସାହୁ ଓ ସାଇରାମ ବାରିକ ଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ନିମାପଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସେହିପରି ବ୍ରାହ୍ମଣ ନଦୀକୁ ଡ଼ଙ୍ଗାଭସାଇବାକୁ ଯାଇ ଭୁବନ ଏକ ନମ୍ବର ୱାର୍ଡ ନିବାସୀ ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁତ୍ର ରୋଶନ ନାୟକ ନିଖୋଜ ହୋଇଯାଇଥିଲେ । ପରିବାର ଲୋକମାନେ ଅନେକ ଖୋଜାଖୋଜି ପରେ ସନ୍ଧାନ ନପାଇ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ତେବେ ଜଣେ ମାଛଧରାଳିଙ୍କ ଜାଲ ଯୋଗେ ନିଖୋଜ ଥିବା ସ୍ଥାନରୁ ଅଳ୍ପ ଦୂରରେ ନାବାଳକ ର ସନ୍ଧାନ ମିଳିଥିଲା । ପରିବାର ଲୋକଙ୍କ ସହାୟତାରେ ଭୁବନ ମେଡିକାଲ କୁ ଅଣାଯାଇଥିଲା ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାତର କରିଛନ୍ତି।