ଜମି ବିବାଦକୁ ନେଇ ବୋମା ମାଡ

ବ୍ରହ୍ମଗିରି : ସାତପଡାର ନାଥପୁରରେ ବୋମାମାଡ । ଏକ ନିର୍ଦ୍ଦଷ୍ଟ ଗୋଷ୍ଠୀ ଦ୍ୱାରା ୨୦ରୁ ଉର୍ଦ୍ଧ ବୋମାମାଡ ହୋଇଛି । ଜମି ଜବର ଦଖଲକୁ ନେଇ ଉତ୍ତେଜନା ପରେ ବୋମା ମାଡ ହୋଇଥିବା ସୂଚନା ମିଳିଛି । ୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଟୀ ଜବରଦଖଲ କରିଥିବା ଅଭିଯୋଗ ହେବା ପରେ ଏହି ପରିସ୍ଥିତି ଉପୁଜିଥିଲା । ଘଟଣାସ୍ଥଳରେ ପୁରୀ ଅତିରିକ୍ତ ଏସ୍ପି, ଏସଡିପିଓ, ବ୍ରହ୍ମଗିରି ଆଇଆଇସି ଉପସ୍ଥିତି ରହି ଉତ୍ତେଜନାକୁ ନିୟନ୍ତ୍ରଣ କରୁଛନ୍ତି ।

ସୂଚନା ଅନୁଯାୟୀ, ନାଥପୁରର ୨ ସାହି ମଧ୍ୟରେ ଦୀର୍ଘ ଦିନହେଲା ଜମି ଜବରଦଖଲକୁ ନେଇ ବିବାଦ ଲାଗି ରହିଥିଲା । ତେବେ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ ଉଭୟ ସାହିର ଲୋକମାନ ବୈଠକ କରିଥିଲେ । ଉକ୍ତ ବୈଠକରେ କଥା କଟାକଟି ପରେ ବୋମା ମାଡ କରିଥିଲେ କିଛି ବ୍ୟକ୍ତି । ଯାହା ଫଳରେ ୩ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି