କଟକ: ରାତି ପାହିଲେ ଦୀପାବଳି । ମା କାଳୀଙ୍କ ପୂଜା ପାଇଁ କଟକ ସହର ପ୍ରସ୍ତୁତ । ଚଳିତ ବର୍ଷ କାଳୀପୂଜାକୁ ଶୃଙ୍ଖଳିତ କରିବାକୁ କମିଶନରେଟ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମୋଟ ୭୧ଟି ମେଢ ପୂଜା ପାଇବ । ଏନେଇ ୧୮ ପ୍ଲାଟୁନ ପୁଲିସ ଫୋର୍ସକୁ ମୁତୟନ କରାଯାଇଛି । ୧୦୪ ଅଫିସର, ୧୭୧ ଏପିଆର, ୧୨୦ ହୋମଗାର୍ଡ ଆଇନ ଶୃଙ୍ଖଳା କାର୍ଯ୍ୟରେ ନିୟୋଜି ହୋଇଛନ୍ତି । ସହରରେ ୧୪ ଏଡ ପୋଷ୍ଟ ରହିବ । ଆସନ୍ତା ୬ ତାରିଖରେ ଭଷାଣୀ ଅନୁଷ୍ଠିତ ହେବାକୁ ଦିନ ଧାର୍ଯ୍ୟ ହୋଇଛି ।