ଭୁବନେଶ୍ୱର: କନ୍ଧମାଳ ସଂସଦୀୟ କ୍ଷେତ୍ରର ସାଧାରଣ ଜନତାଙ୍କୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । କିଟ ସହ ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠାଲାଭ କରିଥିବା ସାମାଜିକ ଅନୁଷ୍ଠାନ ରୋଟାରୀ ଇଣ୍ଟରନାସନାଲର ସହଭାଗିତାରେ ଉନ୍ନତ ମାନର ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସାଂସଦ । ସାଂସଦଙ୍କ ସମାଜ ପ୍ରତି ପ୍ରତିବଦ୍ଧତାକୁ ଦେଖି ରୋଟାରୀ ଇଣ୍ଟରନାସନାଲ ସଭାପତି ସେଖର ମେହତା ପ୍ରଭାବିତ ହୋଇଥିବାରୁ କନ୍ଧମାଳ ବାସୀଙ୍କ ଚକ୍ଷୁ ଚିକିତ୍ସା ଦିଗରେ ଆଗେଇ ଆସିଥିବା ପ୍ରକାଶ କରିଛନ୍ତି ।
ଏଥିସହ ସାଂସଦ ଡ ସାମନ୍ତଙ୍କ ନେତୃତ୍ୱରେ ଆର୍ଟ ଅଫ ଗିଭିଂର ଆନ୍ତର୍ଜାତିକ ବ୍ରାଣ୍ଡ ଆମ୍ବାସାଡର ରୂପେ ସେବା, ଶାନ୍ତି ଓ ସଂହିତ।।ର ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ପ୍ରୟାସ ଜାରି ରହିବ ବୋଲି ମେହତା କହିଛନ୍ତି । ସେହିପରି ବିନା ମୂଲ୍ୟରେ କନ୍ଧମାଳ ସଂସଦୀୟ କ୍ଷେତ୍ର ଜନତାଙ୍କୁ ଚକ୍ଷୁ ଚିକିତ୍ସା ଯୋଗାଇବା ପାଇଁ ମେହତ।।ଙ୍କ ସେବାମୂଳକ ଆଭିମୁଖ୍ୟକୁ ସାଧୁବାଦ ଜଣାଇଛନ୍ତି ସାଂସଦ ।