( ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଚିକେନ ପିଠା ।
ଆବଶ୍ୟକ ସାମଗ୍ରୀ : ଚିକେନ୍, ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଚିକେନ୍କୁ ଧୋଇଦେଇ ପୂରା ଛୋଟ ଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ଅଳ୍ପ ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ ପକାନ୍ତୁ। ତା’ପରେ ଭଲ ଭାବେ ତାକୁ ଗୋଳାଇ ଦେଇ କିଛି ସମୟ ରଖିଦିଅନ୍ତୁ।
ଏହାପରେ ଚୁଲିରେ ଏକ ତାୱା ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ମାରିନେଟ୍ ହୋଇ ରହିଥିବା ଚିକେନ୍କୁ ସେଥିରେ ପିଠା ଭଳି ଦେଇ ଏପଟ ସେପଟ କରି ଲେଉଟାଇ ଦିଅନ୍ତୁ। ସିଝିବା ପର୍ୟ୍ୟନ୍ତ ଏକ ଢାଙ୍କୁଣି ଘୋଡ଼େଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଚୁଲିରୁ ଉଠାଇ ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ଚିକେନ୍ ପିଠା।