ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା କାଲି ଓଡ଼ିଶାର ତଥା ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କାଲି ସେ ୭୬ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି। କିନ୍ତୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେ ନିଜ ଜନ୍ମଦିନ ପାଳିବେ ନାହିଁ । ତେଣୁ ତାଙ୍କ ଜନ୍ମଦିନ ପାଳିବାକୁ ନବୀନ ନିବାସକୁ ଦଳର କର୍ମକର୍ତ୍ତା ଏବଂ ନେତାମାନଙ୍କୁ ମଧ୍ୟ ସେ ବାରଣ କରିଛନ୍ତି । ଯଦି ବାସ୍ତବରେ ତାଙ୍କ ପ୍ରତି ସମ୍ମାନ ଥାଏ ତେବେ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ପରିବାରକୁ ଯାଇ ସାଧ୍ୟ ଅନୁଯାୟୀ ସହାୟତା କରିବାକୁ ସେ ନିବେଦନ କରିଛନ୍ତି। ତାହା ହିଁ ହେବ ତାଙ୍କୁ ଜନ୍ମଦିନ ଦିନର ଭେଟି । ଏନେଇ ବିଧିବଦ୍ଧ ଭାବେ ସି.ଏମ.ଓ ଅଫିସ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।