ଢେଙ୍କାନାଳ: ଏକ ଦେଶୀ ମଦ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ପୋଲିସ । ଏନଏଚ-୫୫ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ପୋଲିସ ଏହି ମଦ ବୋଝେଇ ଗାଡିକୁ ଜବତ କରିଥିବା ଜଣା ପଡିଛି । ତେବେ ମଦ ଏବଂ ଗାଡିକୁ ପୋଲିସ କାବୁ କରିଥିବା ବେଳେ ଡ୍ରାଇଭର ଓ ବେପାରୀ ଖସି ଯାଇଥିବା ସୂଚନା ମିଳିଛି ।
ଢେଙ୍କାନାଳ ପରଜଙ୍ଗ ଆମ୍ବପଳାସ ଅଞ୍ଚଳରୁ କଟକକୁ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ବାଟରେ ହାବୁଡିଥିଲା ପୋଲିସ । ମଦ ନେଇ ଯାଉଥିବା ପିକଅପ ଭ୍ୟାନକୁ କାମାକ୍ଷାନଗର ପୋଲିସ ପିଛା କରିଥିଲା । ଦୀର୍ଘ ସମୟ ଗାଡିର ପିଛା କରୁଥିବା ବେଳେ ବେପାରୀଙ୍କ ଗାଡି ଗୋବିନ୍ଦପୁର ଅଞ୍ଚଳର ଏକ ଢାବା ନିକଟରେ ପମ୍ପଚର ହୋଇଯାଇଥିଲା । ଏହି ସମୟରେ ପୋଲିସ ଗାଡିଟିକୁ କାବୁ କରିବା ସହିତ ଦେଶୀ ମଦ ଜବତ କରିଥିଲା । ତେବେ ପୋଲିସ ହାତରୁ ଖସି ଯାଇଥିଲେ ଗାଡିର ଡ୍ରାଇଭର ଏବଂ ବେପାରୀ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।