ନୂଆଦିଲ୍ଲୀ : ରାଜ୍ୟରେ ଘନଉଛି ବିଦ୍ୟତ ସଂଙ୍କଟ । ଦେଶରେ ଅନେକରାଜ୍ୟ ରେ ଦେଖାଦେଇଛି ବିଦ୍ୟତ୍ ସଂଙ୍କଟ । ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଆଜି ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ ସଙ୍କଟର ଭୟାବହତାକୁ ସାମ୍ନା କରିବେ । କୋଇଲାର ଯୋଗାଣର ଅଭାବ ପାଇଁ ଏହି ବିଦ୍ୟୁତ ସଂଙ୍କଟ ଦେଖାଦେଇଛି । ପାଓ୍ବାର ପ୍ଲାଣ୍ଟ ଗୁଡିକରେ ସାଧାରଣତଃ ୧୫ରୁ ୩୦ ଦିନ ପାଇଁ କୋଇଲା ମହଜୁଦ ରଖିଥାନ୍ତି । କିନ୍ତୁ ବର୍ତ୍ତମାନ ସ୍ଥିତିରେ କୋଇଲା ଖଣି ଗୁଡିକରେ ପାଣି ଜମିଯାଇଥିବାରୁ ଉତ୍ତୋଳନ କାର୍ଯ୍ୟ ବାଧାପ୍ରପ୍ତ ହୋଇଛି । ୧୩୫ ପାଓ୍ବାର ପ୍ଲାଣ୍ଟରେ ମହଜୁଦ ଥିବା କୋଇଲା ଦିନେ କିମ୍ବା ଦୁଇ ଦିନରେ ଶେଷ ହୋଇଯିବ । ଯାହାଫଳରେ ଆଗକୁ କୋଇଲା ସଂଙ୍କଟ ଘନେଇବା ନେଇ ଆଶଙ୍କା କରାଯାଉଛି ।
କୋଇଲା ସଂଙ୍କଟ ପାଇଁ ପଞ୍ଜାବରେ ତିନୋଟି , କେରଳରେ ଚାରି ଓ ମାହାରାଷ୍ଟ୍ରରେ ୧୩ ଟି ଥରମାଲ ପାଓ୍ବାର ପ୍ଲାଣ୍ଟ ବନ୍ଦହୋଇଯାଇଛି । କୋଇଲା ସଂଙ୍କଟ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କୋଇଲା ଯୋଗାଣ ପାଇଁ ଅନୁରୋଧ କରିଛନ୍ତି ।
ଅନ୍ୟ ପଟେ କେନ୍ଦ୍ର ସରକାର କୋଇଲା ଯଥେଷ୍ଟ ପରିମାଣରେ ମହଜୁଦ ଥିବା ସହିତ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ରର ଏହି ଦୃଢୋକ୍ତିକୁ ଦେଖି ବିରୋଧୀ ପାଲଟା ଜବାବ ଦେଇଛନ୍ତି , କରୋନା ମହାମାରୀର ଦ୍ୱିତୀୟ ଲହରରେ ଅମ୍ଲଜାନ ସଙ୍କଟ ଯୋଗୁ ଲୋକେ ମରୁଥିବା ବେଳେ ମଧ୍ୟ କେନ୍ଦ୍ର ଅମ୍ଲଜାନ ସିଲିଣ୍ଡର ମହଜୁଦ ଥିବା ନେଇ କେନ୍ଦ୍ର କହୁଥିଲା । ଦେଶରେ ଥିବା ୧୩୫ ଥରମାଲ ପାଓ୍ବାର ପ୍ଲାଣ୍ଟରୁ ୧୦୬ ଟି ପ୍ଲାଣ୍ଟରେ କୋଇଲାର ଅଭାବ ରହିଛି । ଯାହା ୬ ରୁ ୭ ପରେ ଘୋର କୋଇଲା ସଂଙ୍କଟ ଦେବ ।