ପୋଖରୀରୁ ବ୍ୟାକ୍ତିର ମୃତ ଦେହ ଉଦ୍ଧାର

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ବ୍ରହ୍ମପୁର ବଡ଼ବଜ଼ାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ବାଣା ଲିଙ୍ଗେଶ୍ଵର ମନ୍ଦିର ପଛ ପୋଖରୀରେ ଜଣେ ବ୍ୟକ୍ତିଙ୍କ ମୃତ ଦହେ ଭାସୁଥିବା ଜଣାପଡିଛି । ମୃତକ ଜଣକ ହେଲେ ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ୮ମ ଲାଇନ ନିବାସୀ ଅଭି ବେହେରାଙ୍କ ପୁଅ ପ୍ରସନ୍ନ ବେହେରା,(୪୫) । ମୃତକ ପ୍ରସନ୍ନଙ୍କ ୩ଟି ପୁଅ ଥିବା ଜଣାପଡ଼ିଛି । ରିକ୍ସା ଚାଳକ ଭାବେ ନିଜ ପରିବାର ପୋଷଣ କରୁଥିଲେ ପ୍ରସନ୍ନ। ପାଣିରେ ବୁଡିଯାଇ ତାଙ୍କ ମୃତ୍ୟ ହୋଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ବଡ ବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରେ ହିଁ ମୃତ୍ୟର ପ୍ରକୃତ କାରଣ ଜଣାପଡିବ ।