୪ ଦିନ ଭିତରେ ହେବ ପାସ୍ପୋର୍ଟ ଭେରିଫିକେସନ

ଭୁବନେଶ୍ୱର(ଆଦର୍ଶ ରାଉତ) : ଏଣିକି କମ ସମୟ ଭିତରେ ହୋଇପାରିବ ପାସପୋର୍ଟ ଭେରିଫିକେସନ । ୨୦୧୭ ରେ ପାସପୋର୍ଟ ଭେରିଫିକେସନ ପାଇଁ ହାରାହାରି ୯୯ ଦିନ ଲାକୁଥିଲା ବେଳେ ବର୍ତ୍ତମାନ ସେପ୍ଟେମ୍ବରର ପ୍ରଥମ ୧୫ ଦିନରେ ୪ ଦିନ ଭିତରେ ହୋଇଛି ଭେରିଫିକେସନ । ଏନେଇ ଆଜି ପୋଲିସ ଡିଜି ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି ।
୨୦୧୮ ପାସପୋର୍ଟ ଭେରିଫିକେସନ ପାଇଁ ୨୬ ଦିନ ଲାଗୁଥିବା ବେଳେ ୨୦୨୦ ରେ ୯୯ ଦିନ ଲାଗୁଥିଲା ତେବେ ଫାଇବ ଟି ଅଧିନକୁ ପାସପୋର୍ଟ ଭେରିଫିକେସନ ଯିବା ପରେ ଏହି ବଳମ୍ବିତ ପ୍ରକ୍ରୟା ତ୍ୱରାନ୍ୱିତ ହୋଇଛି । ପାସପୋର୍ଟ ଭେରିଫିକେସନ ପାଇଁ ଫାଇବ ଟି ଅଧିନରୁ ସମସ୍ତ ପୁଲିସ ଥାନାକୁ ଟାବଲେଟ ଯୋଗାଇଦିଆଯାଇଛି । ତେବେ ଏହି ପାସପୋର୍ଟ ଭେରିଫିକେସନ ପାଇଁ ଏକ ସ୍ୱତନ୍ତ୍ର ଆପ ମାଧ୍ୟମରେ ଭେରିଫିକେସନ ପ୍ରକ୍ରିୟାକୁ ମନିଟର କରାଯାଉଛି ।