ଭୁବନେଶ୍ୱର(ଆଦର୍ଶ ରାଉତ) : ରାଜଧାନୀରେ ଯୁବକଙ୍କୁ ନିସ୍ତୁକ ମାଡ ମାରିବାର ଏକ ଭିଡିଓ ଭାଇରାଲ ହେଉଛି । ଯୁବକଙ୍କ ଉପରେ ନିସ୍ତୁକ ମାଡ ଲକ୍ଷ୍ମି ସାଗର ଓସ୍କାର ସିଟିରେ ଆକ୍ରମଣ ହୋଇଛି । ଜଣେ ଯୁବକଙ୍କୁ ସଂଘବଧ ଭାବେ ଆକ୍ରମଣ କରାଯାଇଛି । ମାଡ଼ ମାରିବାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏନେଇ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଲକ୍ଷ୍ମି ସାଗରରେ ଭଡାରେ ରହୁଥିଲେ ।