ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ସାଲେପୁର(ତାରାକାନ୍ତ ନାୟକ): କଟକ ଜିଲ୍ଲା ସାଲେପୁର କଲେଜ ପରିସରରେ ସମ୍ବାଦ ଆମ ଓଡ଼ିଶା ଏବଂ NSS ବିଭାଗର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଡ଼ଃ ଉମାକାନ୍ତ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଶିବିରକୁ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ ଉଦଘାଟନ କରିଥିଲେ ।  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଣକର ରକ୍ତ କିପରି ଭାବେ ଅନ୍ୟ ଜଣକ ଜୀବନ ରକ୍ଷା କରିପାରୁଛି ସେ ବିଷୟରେ ନିଜସ୍ଵ ଅନୁଭୂତି ଆଲୋଚନା କରିଥିଲେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରଞ୍ଜନ ଦାଶ । ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ପ୍ରତିନିଧି ଶାରଦା ପ୍ରସନ୍ନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ NSS ବିଭାଗର ମୁଖ୍ୟ ପ୍ରଧ୍ୟାପିକା ଡ଼କ୍ଟର ସଂଗୀତା ମିଶ୍ର, ପ୍ରଧ୍ୟାପକ ସୁଶାନ୍ତ ପାଢ଼ୀ, ସୁଶାନ୍ତ କୁମାର ନାୟକ, ବରିଷ୍ଠ କିରାଣି ସଞ୍ଜୟ ନାୟକ, ହରପ୍ରିୟା ସିଂ ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ମାନେ ରକ୍ତଦାନ ଶିବିର ଆୟୋଜନ ପାଇଁ ସହଯୋଗ କରିଥିଲେ । ଏହି ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।