କୋର୍ଟରେ ପହଞ୍ଚିଲେ କଙ୍ଗନା ରଣାୱତ୍

କୋର୍ଟରେ ପହଞ୍ଚିଲେ କଙ୍ଗନା ରଣାୱତ୍। ଗତ ସପ୍ତାହରେ କୋର୍ଟ କଙ୍ଗନାଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇ କହିଥିଲେ ଯେ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ଶୁଣାଣିରେ ଉପସ୍ଥିତ ହେଉନାହାଁନ୍ତି।

(ମୁମ୍ବାଇ) : କୋର୍ଟରେ ପହଞ୍ଚିଲେ କଙ୍ଗନା ରଣାୱତ୍। ଗତ ସପ୍ତାହରେ କୋର୍ଟ କଙ୍ଗନାଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇ କହିଥିଲେ ଯେ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ଶୁଣାଣିରେ ଉପସ୍ଥିତ ହେଉନାହାଁନ୍ତି। ଯଦି ସେ ସେପ୍ଟେମ୍ବର ୨୦ ରେ କୋର୍ଟରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ। ବର୍ତ୍ତମାନ କୋର୍ଟଙ୍କ ମନ୍ତବ୍ୟ ପରେ କଙ୍ଗନା ହାଜର ହୋଇଛନ୍ତି। ଏହି ମାମଲାର ଶୁଣାଣି ନଭେମ୍ବର ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସୂଚନାନୁଯାୟୀ , ଗତ ଶୁଣାଣିରେ କଙ୍ଗନା କୋର୍ଟରେ ହାଜର ହୋଇନଥିଲେ। ତାଙ୍କର ଉପସ୍ଥିତ ନ ହେବାର କାରଣ ବୋଲି ତାଙ୍କ ଓକିଲ କହିଥିଲେ। ତା’ପରେ ମହାନଗର ନିଗମର ମାଜିଷ୍ଟ୍ରେଟଙ୍କ କୋର୍ଟ, ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ବଦନାମ ମାମଲାର ଶୁଣାଣିରେ ଅଭିନେତ୍ରୀଙ୍କୁ ହାଜର ହେବାକୁ ଛାଡି ଦେଇଥିଲେ। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ପରବର୍ତ୍ତୀ ଶୁଣାଣିରେ ହାଜର ନ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇପାରିବ।