(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ଶୋଇଥିବା ବେଳେ ମାରିଦେଲେ ଦୃର୍ବୃତ୍ତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୁଷୋତ୍ତମପୁର ଥାନା ଚୁଙ୍ଗୁଡିଘାଇ ଗ୍ରାମରେ । ଗ୍ରାମର ବିନାୟକ ପ୍ରଧାନ ନାମକ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ସୂଚନା ଅନୁସାରେ, ବିନାୟକ ପ୍ରଧାନ ଗ୍ରାମର ଠାକୁରାଣୀଙ୍କ ମନ୍ଦିର ପାଖରେ ଶୋଇଥିବା ବେଳେ ତାକୁ କେହି ପଥରରେ ଛେଚି ହତ୍ୟା କରିଛି । ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମୃତ ବିନାୟକ ପ୍ରଧାନ ଜଣେ ମଦ ବ୍ୟବସାୟ କରୁଥିବା ଜଣାପଡିଛି । ତାଙ୍କର ନିଜର ଏକ ମଦ କାଉଣ୍ଟର ମଧ୍ୟ ରହିଛି । ହେଲେ କିଛି ଲୋକ ଚୋରା ମଦ କାରବାର କରୁଥିବାରୁ ସେ ବାରମ୍ବାର ଅଭିଯୋଗ କରୁଥିଲେ । ସେହି ରାଗରେ ଦୃର୍ବୃତ୍ତ ବିନାୟକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।