ଡିଆରଡିଓ ତଥ୍ୟ ଲିକ ମାମଲା : ତଦନ୍ତ ପାଇଁ ପହଞ୍ଚିଲା NIAର ଟିମ୍

ଭୁବନେଶ୍ୱର(ଆଦର୍ଶ ରାଉତ) ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାରେ ଅଧିକ ତଦନ୍ତ ପାଇଁ ପହଞ୍ଚିଲା NIAର ଏକ ଟିମ୍ ।  ବାଲେଶ୍ୱରରେ ପହଞ୍ଚିଲା NIAର ୨ ଜଣିଆ ଟିମ୍ । ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ହୋଇଥିବା ବେଳେ ତଦନ୍ତ ଜାରି ହୋଇଛି ।
ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗିରଫ ହୋଇଥିବା ୪ ଜଣ ଠିକା କର୍ମଚାରୀଙ୍କ ମଧ୍ୟରୁ ମାଷ୍ଟରମାଇଣ୍ଟ କୁହାଯାଉଥିବା ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା ହନି ଟ୍ରାପରେ ଫସିଥିଲା । ଯିଏକି ପାକିସ୍ତାନର ମହିଳା ଏଜେଣ୍ଟକୁ ଗୁପ୍ତ ତଥ୍ୟ ଯୋଗାଇ ଦେବା ସହ ପାକିସ୍ତାନରୁ ଟଙ୍କା ପାଇଥିବା ନେଇ ସୂଚନା ମିଳିଛି । ବସନ୍ତ ବେହେରା ପ୍ରଥମେ ଫେସବୁକରୁ ପାକିସ୍ତାନର ମହିଳା ଏଜେଣ୍ଟ ସଂସ୍ପର୍ଶ ଆସିବା ସହ ମହିଳା ଏଜେଣ୍ଟ ନିଜର ନଗ୍ନ ଫୋଟୋ ବସନ୍ତ ବହେରାଙ୍କ ସହ ଶେୟାର କରୁଥିଲେ ।