ହଂସୁଆ ନଦୀ ବନ୍ଧ ଠାରେ ଦଶଫୁଟ ଓସାର ଘାଇ ସୃଷ୍ଟି

ହଂସୁଆ ନଦୀ ବନ୍ଧର ଚାରୋଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ପାଞ୍ଚଟି ଗାଁରେ ପାଣି ପଶିଥିବା ବେଳେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।

(ଜଗତସିଂହପୁର) : ହଂସୁଆ ନଦୀ ବନ୍ଧର ଚାରୋଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ପାଞ୍ଚଟି ଗାଁରେ ପାଣି ପଶିଥିବା ବେଳେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତ ଅଣଖିଆ ଗ୍ରାମ ନିକଟ ହଂସୁଆ ନଦୀ ବନ୍ଧର ବଦଳୀ ଠାରେ ଦଶଫୁଟ ଓସାର ଘାଇ ସୃଷ୍ଟି ହୋଇଥିବା ବେଳେ ପାଖାପାଖି ଅନ୍ୟ ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ , ଜଗତସିଂହପୁର ଜିଲ୍ଲାର ବିରିଡି, ରଘୁନାଥପୁର, ତିର୍ତ୍ତୋଲ, ବାଲିକୁଦା ଓ ଏରସମା ବ୍ଲକ ଅଞ୍ଚଳର ବର୍ଷାଜଳ ହଂସୁଆ ଡ୍ରେନେଜ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ପ୍ରତିବର୍ଷ ତିର୍ତ୍ତୋଲ ବ୍ଲକ ତୁଳଙ୍ଗ ପଞ୍ଚାୟତ ପୋଇଓ ଠାରୁ ସୋମପୁର ପର୍ଯ୍ୟନ୍ତ ହଂସୁଆ ନଦୀବନ୍ଧ ମରାମତି ନାଆଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଥିବା ବେଳେ ଲୋକମାନେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏପରିକି ଗତ ଚାରିଦିନ ଧରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ୫୦ବର୍ଷର ରେକର୍ଡ ଅତିକ୍ରମ କରିଛି ।