ୱେବ୍ ଚ୍ୟାନେଲ ଫୋକସ ପ୍ଲସର ସମ୍ପାଦକ ଗିରଫ

ଭୁବନେଶ୍ୱର(ଆଦର୍ଶ ରାଉତ): ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ ଘଟଣାରେ ୱେବ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଓ ସ୍ମୃତି ରଞ୍ଜନ ବେହେରାକୁ ଗିରଫ କରିଛି କମିଶେନେରେଟ ପୋଲିସ୍ । ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଏକ ୱେବ୍ ପୋର୍ଟାଲ ସଂପାଦକ ବ୍ଲାକ୍ ମେଲିଂ କରିବା ସହ ସୋସିଆଲ୍ ମିଡିଆରେ ତାଙ୍କ ସଂପର୍କରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଏନେଇ ଗତ ୧ ତାରିଖ ଦିନ ଦୂତି ଚାନ୍ଦ ଥାନରେ ୩ ଜଣଙ୍କ ନାମରେ ଏତଲା ଦେଇଥିଲେ ।

ମହିଳା ଥାନା ପୁଲିସ୍ ଅଭିଯୁକ୍ତ ସୁଧାଂଶୁ, ସ୍ମୃତିରଞ୍ଜନ ଓ ପ୍ରଦୀପଙ୍କ ବିରୋଧରେ ଦଫା ୨୦୨-ଏ, ୩୫୪-ଏ, ୩୮୫, ୫୦୬ , ୫୦୯, ୧୨୦-ବି ରେ ମାମଲା ରୁଜୁ କରିଥିଲା ।

ଦୂତି ୨ ଥର ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ରାଜ୍ୟର ଗୌରବ ବଢ଼ାଇଛନ୍ତି । ଗତ ଟୋକିଓ ଅଲିମ୍ପିକ୍ସ ସମୟରେ ସେ ନିଜ ଇଭେଣ୍ଟ ପାଇଁ ବ୍ୟସ୍ତ ଥିବାବେଳେ ସୋସିଆଲ ମିଡିଆ ଏବଂ ଏହି ୱେବ୍ ପୋର୍ଟାଲ ତାଙ୍କ ପରିବାର ଓ ତାଙ୍କୁ ନେଇ ବହୁ ଆପତ୍ତିଜନକ ଖବର ପ୍ରକାଶ କରିଥିଲେ । ତାକୁ ନେଇ ଦୂତି ମାନସିକ ଚାପରେ ଥିଲେ ।