ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

ସାଲେପୁର (ତାରାକାନ୍ତ ନାୟକ): ବିଶ୍ୱରେ ମହାମାରୀ କୋରନାର ମୁକାବିଲା କରିବା ପାଇଁ ରକ୍ତର ରହିଛି ଘୋର ଆବଶ୍ୟକତା । ତେଣୁ ଏହି ସଙ୍କଟକୁ କିଛି ମାତ୍ରାରେ ଦୁର କରିବା ପାଈଁ ୟୁଥ ରେଡ଼କ୍ରସ୍ ତରଫରୁ ସାଲେପୁର ଫାର୍ମାସି କଲେଜ ପରିସରରେ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଚାଶରୁ ଉଦ୍ଧ୍ୱ ୟୁନିଟ ରକ୍ତ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି ଫାର୍ମାସି କଲେଜର ଛାତ୍ରଛାତ୍ରୀ । ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏହି ଶିବିରରେ ଅଂଶ ଗ୍ରହଣ କରି ରକ୍ତ ଦାନ କରିଥିଲେ । କଲେଜର ଚେୟାରମେନ ରବୀନ୍ଦ୍ର ନାଥ କର ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ପରିଚାଳନା କମିଟି ତରଫରୁ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବି ଯୋଗ ଦେଇଛନ୍ତି ।