କଟକ (ଜଗନ୍ନାଥ ମହାନ୍ତି): କଟକରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ଚାହା । ପ୍ରାୟ ୩୦ ଲକ୍ଷ ଟଙ୍କାର ନକଲି ଚାହା ନଷ୍ଟ କରିଛି କଟକ ସଦର ଥାନା ପୋଲିସ । ଫୁଡ଼ ସେଫଟି ଅଫିସର ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ସମସ୍ତ ଚାହା ଜବତ କରାଯାଇ ନଷ୍ଟ କରାଯାଇଛି । କାଠଯୋଡି ନଦୀ କୂଳରୁ ପୋଲିସକୁ ମିଳିଛି ବିପୁଳ ପରିମାଣର ନକଲି ଚାହା ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ମଧ୍ୟ ଗୋପାଳପୁର ଅଞ୍ଚଳରେ ଠାବ ହୋଇଥିଲା ନକଲି ଚାହା ପତି କାରଖାନା । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।