ଓଡ଼ିଶା ଡ୍ରାଇଭର ମହାସଂଘର ବୈଠକ

ସାଲେପୁର(ତାରାକାନ୍ତ ମହାନ୍ତି): କଟକ ସାଲେପୁର ବାଲିସାହି ସ୍ଥିତ ସତ୍ୟଲକ୍ଷ୍ମୀ ମଣ୍ଡପରେ ଓଡ଼ିଶା ଡ୍ରାଇଭର ମହାସଂଘ ଆନୁକୁଲ୍ୟରେ ସାଲେପୁର ଡ୍ରାଇଭର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ କଟକ ଜିଲ୍ଲା ସଭାପତି ଜଗନ୍ନାଥ ଦିକ୍ଷୀତ, କଟକ ସଂଘର ଆଡମିନ ଶରତ ଜେନା, ଧନେଶ୍ଵର ଜେନା, ନିଶ୍ଚିନ୍ତକୋଇଲି ବ୍ଲକର ଆଡମିନ ନିଲୁ ଜେନା, ସରୋଜ କୁମାର ବେଉରା, ସାଲେପୁର ସଂଘର ଆଡମିନ ନିରଞ୍ଜନ ମଲ୍ଲିକ ଏବଂ ବଳରାମ ବେହେରା ଯୋଗ ଦେଇ ସଂଘର ଆଭିମୁଖ୍ୟ ବିଷୟରେ ସଦସ୍ୟ ମାନଙ୍କୁ କହିଥିଲେ। ଡ୍ରାଇଭରମନେଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରା ନ ଯିବା, କରୋନା ଟିକା ନିର୍ଦ୍ଵନ୍ଦରେ ଡ୍ରାଇଭରଙ୍କୁ ପ୍ରଦାନ ନ କରିବା ବିଷୟ ଆଲୋଚନାରେ ପ୍ରକାଶ କରାଯାଇଥିଲା । ବୈଠକରେ ସମସ୍ତେ ଏ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏସବୁ ସୁବିଧା ଦେବା ପାଇଁ ସରକାରଙ୍କ ପାଖରେ ଦାବି କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମୋଟ ତିନିଶହରୁ ଅଧିକ ଡ୍ରାଇଭର ଯୋଗ ଦେଇଥିଲେ।