ମୁମ୍ବାଇ: ବଲିଉଡର ଭାଇଜାନ ସାଲମାନ ଖାନଙ୍କୁ ବିମାନବନ୍ଦରରେ ଅଟକାଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ନୟାଗଡର ସିଆଇଏସଏଫ କର୍ମଚାରୀ ସୋମନାଥ ମହାନ୍ତି । ଟାଇଗର-୩ ଫିଲ୍ମର ଶୁଟିଙ୍ଗ ପାଇଁ ଋଷ ଯାଉଥିବା ବେଳେ ସାଲମାନଙ୍କୁ ବିମାନବନ୍ଦର ଏଣ୍ଟ୍ରି ଗେଟରେ ଚେକିଙ୍ଗ ପାଇଁ ଅଟକାଇଥିଲେ ନିୟୋଜିତ ଥିବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସଏଫ)ର ଏଏସଆଇ ସୋମନାଥ । ଏହାପରେ ଏହି ଘଟରାକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା ହେବାରୁ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ସେପଟେ ଏ ଘଟଣାକୁ ନେଇ ସେମନାଥଅଡୁଆରେ ପଡିଯାଇଛନ୍ତି । ସିଆଇଏସଏଫର ପ୍ରୋଟୋକଲ ଭାଙ୍ଗିଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ ସିଆଇଏସଏଫ ଏହାକୁ ଖଣ୍ଡନ କରିଛି ।
ମାମଲା ଉପରେ ସୋଶଲ ମିଡିଆରେ ହେଉଥିବା ବିଭିନ୍ନ ଚର୍ଚ୍ଚାକୁ ନେଇ ସିଆଇଏସଏଫ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛି, ‘ଏହି ଟ୍ୱିଟରେ ଦର୍ଶାଇଯାଇଥିଲା କଣ୍ଟେଣ୍ଟ ଭୁଲ ଓ ଏଥିରେ କୌଣସି ସତ୍ୟତା ନାହିଁ। ଅସଲରେ ମାମଲା ସହ ଜଡିତ ଅଧିକାରୀଙ୍କୁ ବୃତ୍ତିଗତତା (ପ୍ରଫେସନାଲିଜିମ) ଦେଖାଇଥିବାରୁ ପୁରସ୍କୃତ କରାଯାଇଛି।’