ପରଲୋକରେ ପ୍ରସିଦ୍ଧ ସଂଗୀତଜ୍ଞ ଖୟାମଙ୍କ ପତ୍ନୀ ତଥା ଗାୟିକା ଜଗଜିତ୍ କୌର
ପରଲୋକରେ ପ୍ରସିଦ୍ଧ ସଂଗୀତଜ୍ଞ ଖୟାମଙ୍କ ପତ୍ନୀ ତଥା ଗାୟିକା ଜଗଜିତ୍ କୌର। ଅଗଷ୍ଟ ୧୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
(ମୁମ୍ବାଇ) : ପରଲୋକରେ ପ୍ରସିଦ୍ଧ ସଂଗୀତଜ୍ଞ ଖୟାମଙ୍କ ପତ୍ନୀ ତଥା ଗାୟିକା ଜଗଜିତ୍ କୌର। ଅଗଷ୍ଟ ୧୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖୟାମ ଏବଂ ତାଙ୍କ ପତ୍ନୀ ଜଗଜିତ୍ କୌରଙ୍କ ଦ୍ୱାରା ଏହି ଟ୍ରଷ୍ଟ ସ୍ଥାପିତ କରାଯାଇଥିଲା । ଚଳଚ୍ଚିତ୍ର ଜଗତର ସମସ୍ତ ଲୋକଙ୍କ ସମେତ ସଙ୍ଗୀତକାର ଉତ୍ତମ ସିଂ, ଅଭିନେତ୍ରୀ ପଦ୍ମିନୀ କପିଲା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୂଚନା ଅନୁଯାୟୀ, ଜଗଜିତ୍ କୌରଙ୍କ ଅନ୍ତିମ ସଂସ୍କାର ଭିଲ୍ ପାର୍ଲେ ରୋଡ୍ ସ୍ଥିତ ପୱନ୍ ହଂସ ଶ୍ମଶାନରେ କରାଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଜଗଜିତ୍ କୌର ପରିବାରରେ ଏକୁଟିଆ ଥିଲେ। ସଂଗୀତଜ୍ଞ ଖୟାମଙ୍କର ୨୦୧୯ ଅଗଷ୍ଟ ୧୯ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ତାଙ୍କୁ ୯୨ ବର୍ଷ ହୋଇଥିଲା। ଏହି ଦମ୍ପତିଙ୍କର ଏକ ପୁଅ ପ୍ରଦିପ ଥିଲେ, ଯିଏକି ୨୦୧୨ ରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।