ଜ୍ୟୋତିରଞ୍ଜନ ଧର /ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପାର୍ଟି ଅଫିସ ଠାରେ ଦଳୀୟ ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି, ମଣ୍ଡଳ ପ୍ରଭାରୀ ସମସ୍ତ ମୋର୍ଚ୍ଚା ଏବଂ ସେଲର ପ୍ରମୁଖ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ସାଙ୍ଗଠନିକ ରୂପରେଖ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ନେତା ରାଜ୍ୟ କାର୍ୟ୍ୟକରିଣୀ ସଦସ୍ୟ ତଥା ପ୍ରାକ୍ତନ ଜିଲ୍ଲା ସଭାପତି ଅଶୋକ ମହାନ୍ତି ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଏବଂ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ହଡ଼ପ କରିବା ଏବଂ ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପ୍ରଧାନମନ୍ତ୍ରୀଙ୍କ ଯୋଜନା ପହଁଚିବ ସେନେଇ ଦଳୀୟ କାର୍ୟ୍ୟକର୍ତାଙ୍କୁ କର୍ଣ୍ଣମନ୍ତ୍ର ଦେଇଥିଲେ । ରାଜ୍ୟ କାର୍ୟ୍ୟକରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅଗସ୍ତି ବେହେରା ପ୍ରମୁଖ ସାମିଲ ଥିଲେ । ବୈଠକରେ ଯୁବମୋର୍ଚା ଜିଲ୍ଲା ପ୍ରଭାରୀ ଭକ୍ତ ବତ୍ସଳ ବସ୍ତିଆ , ରାଜ୍ୟ କାର୍ୟ୍ୟକରିଣୀ ସଦସ୍ୟା ପ୍ରତିମା ମିଶ୍ର , ଜିଲ୍ଲା ଉପସଭାପତି ଲିଙ୍ଗରାଜ ଦାସ, ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁ, ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ ,ସମୀର ପରିଡା, ରୋଜାଲୀନ ଦାସ, ନମିତା ଦଳ ବେହେରା, କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ, ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ ଏବଂ ସୁବର୍ଣ୍ଣା ସାହୁ ପ୍ରମୁଖ ଶତାଧିକ ଦଳୀୟ ପଦାଧିକାରୀ ସାମିଲ ଥିଲେ ।