ବରୀ/ସତ୍ୟଜିତ: ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ବାଲିବିଲି ପଞ୍ଚାୟତରେ ଦୀର୍ଘ ୭ ମାସ ଧରି ସ୍କୁଲ ବାରଣ୍ଡାରେ ପଡ଼ି ରହିଛନ୍ତି ବିଧବା ଉର୍ମିଳାଙ୍କ ପରିବାର। ବାଲିବିଲି ପଞ୍ଚାୟତର ଖେମେଶ୍ୱର ଗାଁ ର ଦିଲ୍ଲୀପ ନାୟକ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି। ଦିଲ୍ଲୀପ ନାୟକ ଦୀର୍ଘ ଦିନ ହେବ ଉର୍ମିଳାଙ୍କ ପରିବାର ଉପରେ ନିର୍ୟ୍ୟାତନା ଦେଉଥିବା ନେଇ ବରୀ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଉର୍ମିଳାଙ୍କର ପୁଅ ବୋହୁ ନାତି ନାତୁଣୀ ନେଇ ୫ କୁଟୁମ୍ବ।
ସମସ୍ତଙ୍କ ମୁହଁରେ ଦାନା ଦେବା ପାଇଁ ଏକ ମାତ୍ର ପୁଅ ଦାଦନ ଖଟିବାକୁ ବିଦେଶ ଯାଇଛି ହେଲେ ଦିଲ୍ଲୀପ ନାୟକର ଭୟରେ ଆଉ ଗାଁକୁ ଫେରିବାକୁ ସାହସ ଯୁଟାଇ ଆସି ପାରୁନି ବିଧବା ଉର୍ମିଳାଙ୍କ ପୁଅ। ଏହାର ସୁଯୋଗ ନେଇ ଏକତା ବାହୁବଳୀ ସାଜିଥିବା ଦିଲ୍ଲୀପ ନାୟକ ବିଧବା ବୁଢ଼ୀ ଉର୍ମିଳାଙ୍କ ଓ ତାଙ୍କ ବୋହୂ କୁ ମାଡ ମାରି ଘରୁ ବାହାର କରିଦେଇଥିଲକ୍ଷ। ଘର ଭିତରେ ଯାହା ଜିନିଷ ଥିଲା ସବୁ ବୋହି ନେଇଯାଇଥିଲକ୍ଷ। ବୁଢ଼ୀ ଜଣଙ୍କ ବୋହୂ କୁନି କୁନି ନାତି ନାତୁଣୀ ଙ୍କୁ ନେଇ ଦୀର୍ଘ ସାତ ମାସ ଧରି ଏକ ସ୍କୁଲ ବାରଣ୍ଡା ରେ ପଡ଼ି ରହିଛି। ନିଜ ଭିଟା ମାଟିରେ ଥିବା ଘରକୁ ଯାଇ ପାରୁ ନ ଥିବାରୁ ନିଜ ଘର ଭାଙ୍ଗି ମାଟିରେ ମିଶି ଗଲାଣି। ତଥାପି ମନ ବୁଝି ନ ଥିଲା ଦିଲ୍ଲୀପ ନାୟକର ଦିଲ୍ଲୀପ ଓ ତାଙ୍କ ସ୍ତ୍ରୀ ଝିଅ ସମସ୍ତେ ମିଶି ସ୍କୁଲ ବାରଣ୍ଡା ରେ ବି ମାଡ ମାରି ବୁଢ଼ୀ ଓ ତା ବୋହୂ କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉର୍ମିଳା ଙ୍କ ପରିବାର ବରୀ ଥାନା ରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ଦୀର୍ଘଦିନ ଧରି ବରୀ ପୋଲିସ କୁ ଚଖମା ଦେଇ ଆସୁଥିବା ଦିଲ୍ଲୀପ ଓ ତାଙ୍କ ସ୍ତ୍ରୀ ଝିଅ କୁ ବରୀ ପୋଲିସ ଧରିବାରେ ସଫଳ ହୋଇ କୋର୍ଟ ଚାଲାଣ କରିଥିଲା।
ହେଲେ ଏବେ ମାନ୍ୟବର କୋର୍ଟ ରୁ ଦିଲ୍ଲୀପ ନାୟକ ତାଙ୍କ ସ୍ତ୍ରୀ ଝିଅ ଜାମିନ ରେ ଆସିବା ପରେ କେତେବେଳେ କଣ ହେବା ନେଇ ଭୟରେ ରାତିରେ ସୋଇ ପାରୁନାହାନ୍ତି ବିଧବା ଉର୍ମିଳା ଙ୍କ ପରିବାର। ଏପଟେ ଦିଲ୍ଲୀପ ଦେଇଥିବା ଆଘାତ ର ଘା ଏ ଯାଏଁ ସୁଖିନି। ମୁଣ୍ଡ ବୁଲେଇ ଦେଉଚି ମେଡିକାଲ ଯିବାକୁ ବୁଢ଼ୀ ପାଖରେ ଟଙ୍କା ନାହିଁ ଗଲଗାଁ ରେ ବୁଲି ବୁଲି ମଗୁଚି ବାବୁ କିଛି ପଇସା ଦିଅ ମୁଁ ମେଡିକାଲ ଯିବି ମୋ ମୁଣ୍ଡ କଣ ହୋଇ ଯାଉଛି । ସେପଟେ କୋଭିଡ କୁ ନେଇ ବିଦ୍ୟାଳୟ ବନ୍ଦଥିବା ବେଳେ ଆଉ ଅଳ୍ପ ଦିନ ପରେ ସ୍କୁଲ ଖୋଲିବ ଉର୍ମିଳାଙ୍କ ପରିବାର ସ୍କୁଲ ବାରଣ୍ଡା ଛାଡ଼ିବାକୁ ପଡ଼ିବ ତେଣୁ କୁଆଡେ ଯିବେ ନେଇ ଚିନ୍ତାରେ ଉର୍ମିଳା ନାୟକ। ସତରେ କଣ ସେ ଆଉ ଯାଇ ପାରିବେ ନାହିଁ ନିଜ ଭିଟା ମାଟି ରେ ଥିବା ଘରକୁ । କେବେ ବରୀ ପୋଲିସ ଉର୍ମିଳା ଙ୍କୁ ଦେବ ନ୍ୟାୟ। ଯଦି ଯାଜପୁର ଜିଲ୍ଲାପ୍ରଶାସନ ବିଧବା ଉର୍ମିଳାଙ୍କ ପରିବାର ପ୍ରତି ଦୃଷ୍ଟି ଦିଅନ୍ତେ ତେବେ ଗରିବ ପରିବାର ତାଙ୍କ ନିଜ ଘରକୁ ଫେରି ପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି।