ବିଏମସିର ପକ୍ଷରୁ ଆରମ୍ଭ ହେଲା ଇ-ଓ୍ୱେଷ୍ଟ ଗାଡି, ସଂଗ୍ରହ ହେବ ନଷ୍ଟ ହୋଇପଡିଥିବା ଇଲେକ୍ଟ୍ରୋନିକ୍ସ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ପ୍ରଥମ ଥର ପାଇଁ ଭୂବନେଶ୍ୱରରେ ବୁଲିଲା ଇ-ୱେଷ୍ଟ ଗାଡି । ରାଜଧାନୀରେ ନଷ୍ଟ ହୋଇପଡିଥିବା ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁରୁ ରକ୍ଷା କରିବା ପାଇଁ ବିଏମସି ଏହି ପଦକ୍ଷପ ଆରମ୍ଭ କରିଛି । ଖରାପ ହୋଇଯାଇଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ନଫୋପାଡି ସଫେଇୱାଲାଙ୍କୁ ଦେବା ପାଇଁ ଅନୁରୋଧ କରିଛି ବିଏମସି । ପ୍ରତି ଶନିବାର ଏହି ଇ-ୱେଷ୍ଟ ସଂଗ୍ରହ ସଂଗ୍ରହ କରାଯିବ । ଆଜି ଏହାର ଶୁଭାରମ୍ଭ ହୋଇଛି । ତିନୋଟି ଜୋନରେ ଇଲେକ୍ଟ୍ରୋନିକ୍ସ ୱେଷ୍ଟ ସଂଗ୍ରହ କରିବ ବିଏମସି । ସେପଟେ ବିଏମସିର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।