୧୦୦ ଜଣ କୃଷକ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) କିଛି ଘଣ୍ଟା ପୁର୍ବରୁ ସୁପ୍ରମିକୋର୍ଟଙ୍କ ଦ୍ୱାରା ଦେଶଦ୍ରୋହ ଆଇନ ୧୨୪-କ ଧାରାକୁ ଅନେକ ତଦନ୍ତକାରୀ ସଂସ୍ଥା ଅପବ୍ୟବହାର କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ୧୦୦ ଜଣ କୃଷକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଚଳିତ ହୋଇଥିବା ଦେଶଦ୍ରୋହ ଆଇନକୁ ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଏହା ଆଜିର ଉପେଯାଗିତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆଜି ହରିଆଣା ପୋଲିସ୍ ୧୦୦ ଜଣ କୃଷକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । କୃଷକ ଆନ୍ଦୋଳନ ଚାଲିଥିବା ବେଳେ ବିଜେପିର ଡେପୁଟି ସ୍ପିକର ରଣବିର ଗଙ୍ଗଓ୍ବା ଙ୍କ ଗାଡି କୁ ୧୦୦ରୁ ଅଧିକ କୃଷକ ଆକ୍ରମଣ କରିବା ଘଟଣାରେ ଗିରଫ କରାଯାଇଥିଲା ।

ସଂଯୁକ୍ତ କିଷାନ ମୋର୍ଚ୍ଚା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଚାଷୀମାନଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛି। ମୋର୍ଚ୍ଚା କହିଛି ଯେ ହରଚରଣ ସିଂହ ଓ ପ୍ରହ୍ଲାଦ ସିଂହଙ୍କ ସେମତ ପ୍ରାୟ ୧୦୦ ଜଣ ଚାଷୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି।