ଆଜି ଭୁବନେଶ୍ୱର ଏମ୍ସର ନବମ ପ୍ରତିଷ୍ଠା ଦିବସ, ଉଦ୍ଘାଟନ ହେବ ବହୁ ପ୍ରତିକ୍ଷୀତ ଇକମୋ ମେସିନ୍
ଭୁବନେଶ୍ୱର ଏମ୍ସର ଆଜି(ଗୁରୁବାର) ନବମ ପ୍ରତିଷ୍ଠା ଦିବସ । ଭର୍ଚୁଆଲ ଜରିଆରେ ଏହି ଉତ୍ସବ ହେବାକୁ ଥିବା ବେଳେ ଏଥିରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ୱରୂପ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
(ଭୁବନେଶ୍ୱର) : ଭୁବନେଶ୍ୱର ଏମ୍ସର ଆଜି(ଗୁରୁବାର) ନବମ ପ୍ରତିଷ୍ଠା ଦିବସ । ଭର୍ଚୁଆଲ ଜରିଆରେ ଏହି ଉତ୍ସବ ହେବାକୁ ଥିବା ବେଳେ ଏଥିରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ୱରୂପ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବହୁ ପ୍ରତିକ୍ଷୀତ ଇକମୋ ମେସିନ୍ ଉଦ୍ଘାଟନ ହେବ । ଏଥିସହିତ ପେଡିଆଟ୍ରିକ୍ ବ୍ରୋଙ୍କୋସ୍କୋପି, ଡେକ୍ସା ସ୍କାନ ଆଦି ସୁବିଧା ଉପରେ ବିଶେଷ ବିବରଣୀ ପ୍ରଦାନ କରିବେ । ଏମ୍ସର ମୂଳଦୁଆ ପକାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ।