ଯୋଗୀଙ୍କ ବିରୋଧରେ ପ୍ରଶାସନିକ ଅଧିକାରୀଙ୍କ ଖୋଲା ଚିଠି

ଉତ୍ତରପ୍ରଦେଶ(ରିପୋର୍ଟର୍ସ ଟୁଡେ) : ଉତ୍ତରପ୍ରଦେଶର ଶାସନ ବ୍ୟବସ୍ଥାର ଦୂରପଯୋଗ ସହିତ ଆଇନର ଖୋଲା ଉଲ୍ଲଙ୍ଘନର ଆରୋପ ଲଗାଇଛନ୍ତି ୭୪ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ । ଚାରି ପତ୍ର ବିଶିଷ୍ଠ ଏହି ଚିଠିରେ ରାଜ୍ୟରେ ହେଉଥିବା ପୋଲିସ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ନିର୍ଯାତନା ଦେବା, ଲବ ଜିହାଦକୁ ନେଇ ମୁସଲିମ ପୁରୁଷଙ୍କ ଉପରେ ଅତ୍ୟାଚାର, ଜାତୀୟ ସୁରକ୍ଷାର ଅପବ୍ୟବହାର ସହିତ ଗୋ ସୁରକ୍ଷା ନାମରେ ଆକ୍ରମଣ ଘଟଣା ଭଳି ବିଭିନ୍ନ ବିଷୟ ଏହି ଚିଠିରେ ଉଲ୍ଲେଖ ଅଛି । ଏହା ସହିତ କୋଭିଡ ପରିଚାଳନା ଦିଗରେ ସରକାରଙ୍କ ବିଫଳତାକୁ ନେଇ ଏହି ଚିଠିରେ ପ୍ରକାଶ ପାଇଛି । ହଥରସ ଗଣବଳାକ୍ରାର ମାମଲାରେ ରିପୋଟିଂ କରୁଥିବା କେରଳ ସାମ୍ବାଦିକ ସିଦ୍ଦିକ କପ୍ପାନ ଏବଂ ଅନ୍ୟ ତିନିଜଣ ଙ୍କୁ କେଉଁଭଳି ଭାବେ ପିଏଫଆଇର ସଂପର୍କରେ ଆସିବା ଭଳି ଆରୋପ ଲଗାଇ ବନ୍ଦୀ କରିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।