ଗଞ୍ଜାମ(ହରପ୍ରସାଦ ବିଶୋୟୀ): ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ନବ ନିଯୁକ୍ତ ମହିଳା ସଭା ନେତ୍ରୀଙ୍କୁ ଦିଆଯାଇଛି ସମ୍ୱର୍ଦ୍ଧନା । ବ୍ରହ୍ମପୁରସ୍ଥିତ ବିଜେଡି କାର୍ୟ୍ୟଳୟଠାରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧକ୍ଷତାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମହିଳା ବିଜେଡି ରାଜ୍ୟ ଉପଦେଷ୍ଟା କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ , ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବି, ଗଞ୍ଜାମ ଜିଲ୍ଲା ମହିଳା ସଭାନେତ୍ରୀ ଏମ. ସୁଜାତା ପାତ୍ର, ଜୋନ ସଭାପତି ମମତା ବିଷୋୟୀ, ରାଜ୍ୟ ଉପସଭାପତି କେ. ମାଧବୀ, ରାଜ୍ୟ ସାଧାରଣ ସମ୍ପାଦକ କଳ୍ପନା ଭୋଳ, ରାଜ୍ୟ ସମ୍ପାଦିକା ମଞ୍ଜୁଶ୍ରୀ ଦଳାଇ, ଜୟନ୍ତୀ ମୁଣ୍ଡା, ରତ୍ନମଣି କଟନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହିଳା ଟିମକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ସ୍ୱାଗତ କରିଥିଲେ । ଏଥିସହିତ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାସ ବେହେରା, ପୂର୍ବତନ ବିଡିଏ ଅଧକ୍ଷ ସୁବାସ ମହାରଣା ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ନବ ନିଯୁକ୍ତ ମହିଳା ନେତ୍ରୀମାନେ ଦଳକୁ କିପରି ସୁଦୃଢ ଓ ସଂଗଠିତ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।