ହିଞ୍ଜିଳି (ରଜନୀକାନ୍ତ ପାତ୍ର): ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗର ତଥା ବାଲିଛାଇ ଫାଣ୍ଡିର ପାଇକଜମୁନା ଗାଁରେ ଦେଖା ଦେଇଛି ଗୋଷ୍ଠୀ ସଂଘର୍ଷ । ଗ୍ରାମର ମାଛଗୁତା ବୈଠକ ବେଳେ ଏଭଳି ଏକ ଘଟଣା ଘଟିଯାଇଛି । ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୫ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଚିକିତ୍ସା ପାଇଁ କବିସୂର୍ୟ୍ୟନଗର ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ଏନେଇ ଦୁଇଟି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।