ବାଲେଶ୍ୱର– କରୋନା ମହାମାରୀ ସବୁ କିଛି ଉଜାଡିଦେଲା । କରୋନା କାଳରେ ନିଜର ଜୀବିକା ହରାଇ କାମ ନ ମିଳିବାରୁ ଋଣ ଭାର ସହି ନପାରି ପୂରା ପରିବାର ପିଇଦେଲେ ବିଷ । ସ୍ୱାମୀ ,ସ୍ତ୍ରୀ ବିଷ ପିଇବା ସାଙ୍ଗକୁ ସେଥିରୁ ବାଦ ପଡିନି ୯ବର୍ଷର ଝିଅ ।ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ରେମୁଣା ବ୍ଲକ ବାଲିଆ ଅଞ୍ଚଳରେ । ସୂଚନା ଅନୁସାରେ ବାଲିଆ ଅଞ୍ଚଳରେ ଉଡାନେଇରେ ରହନ୍ତି ଲକ୍ଷ୍ମୀଧର ,ତାଙ୍କ ସ୍ତ୍ରୀ ଓ ୯ ବର୍ଷର ଝିଅ । ଗତ ବର୍ଷ ଠାରୁ ଲକ୍ଷ୍ମୀଧର ଧାର ଉଧାର କରି ବ୍ୟବସାୟ ଆରମ୍ଭ କରିଥିଲେ ଚିନ୍ତୁ କରୋନା ପାଇଁ ସବୁ ବ୍ୟବସାୟ ବନ୍ଦ ହୋଇଗଲା । କିଛି ଜିନିଷପତ୍ର ଓ ଗାଁ ଜମି ବିକି ଟଙ୍କା ଋଣ ଶୁଝିଥିଲେ ବି କରଜଦାର ଘରକୁ ଆସି ଗାଳିଗୁଲଜ କରିବା ସହ ମାନସିକ ଚାପ ସୃଷ୍ଟି କରିଥିଲେ ।ଏମିତି ବି କହିଲେ ଟଙ୍କା ଦେଇ ନାପରିଲେ ନିଜ ସ୍ତ୍ରୀ କୁ ବିକ୍ରି କରିବାପାଇଁ । ଏହା ପରେ ଉଭୟଙ୍କ ମଧ୍ୟରେ ନିଷ୍ପତ୍ତି ନେଲେ ଜୀବନ ହାରିବାକୁ ।ଶେଷରେ ସ୍ୱାମୀ ସ୍ତ୍ରୀ ମିଶି ବିଷ ପିଇଦେଲେ ଓ ତାଙ୍କର ୯ ବର୍ଷର ଝିଅକୁ ମଧ୍ୟ ବିଷ ପିଆଇଦେଲେ ।ଗୁରୁତର ଅବସ୍ଥାରେ ୯ ବର୍ଷର ଝିଅ ମାମୁ ଘରକୁ ଫୋନ କରିବା ସହ ଘରମାଲିକଙ୍କୁ ଡାକିଥିଲା । ଏହାପରେ ସେମାନଙ୍କୁ ମେଡିକାଲ ନିଆଯାଇଛି । ଲକ୍ଷ୍ମୀଧର ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ।