ବିହାର ପାଇଲା ପ୍ରଥମ ମୁସଲମାନ ମହିଳା ଡିଏସପି

ପାଟନା: ଲୋକସେବା ଆୟୋଗର ୬୪ ତମ ମିଳିତ ପ୍ରତିଯୋଗୀତାରେ ବିହାରର ଝିଅଙ୍କ ବାଜିମାତ୍। ରଜିୟା ସୁଲତାନ ନାମ୍ନୀ ଏହି ୨୭ବର୍ଷୀୟା ମୁସଲମାନ ଯୁବତୀ ପ୍ରଥମ ମୁସଲମାନ ମହିଳା ଡିଏସପି ହେବାର ଗୌରବ ହାସଲ କରିଛନ୍ତି । ରଜିୟା ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଡିଏସପି ଭ।।ବେ ମନୋନୀତ ହୋଇଛନ୍ତି । ବିପିଏସସି ପରୀକ୍ଷାର ପ୍ରଥମ ପ୍ରୟାସରେ ଉତ୍ତୀର୍ଣ୍ଣ ହୋଇ ରଜିୟା ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବର୍ତ୍ତମାନ ରଜିୟା ଇଞ୍ଜିନିୟର ଭାବେ ବିହାର ସରକାରଙ୍କ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଅଛନ୍ତି ।
ଚଳିତ ଥର ବିପିଏସସି ପରୀକ୍ଷାରେ ୪୦ଜଣ ଡିଏସପି ଭାବରେ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ମୁସଲମାନ ରହିଛନ୍ତି । ରଜିଆ ବିହାର ଗୋପାଳଗଞ୍ଜ ଜିଲ୍ଲାର ହାଥୁଆର ବାସିନ୍ଦା । କିନ୍ତୁ ତାଙ୍କର ପ୍ରାଥମିକ ଶିକ୍ଷା ଝାଡଖଣ୍ଡର ବୋକାରୋରେ ହୋଇଥିଲା ଯେଉଁଠାରେ ତାଙ୍କ ପିତା ମହମ୍ମଦ ଅସଲମ୍ ଅନସାରୀ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିଲେ । ୨୦୧୬ ମସିହାରେ, ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ରଜିୟାଙ୍କ ତାଙ୍କ ମାଆଙ୍କ ସହ ବୋକାରୋରେ ରୁହନ୍ତି । ୬ ଭଉଣୀ ଓ ଜଣେ ଭାଇଙ୍କ ମଧ୍ୟରେ ରଜିୟା ହେଉଛନ୍ତି ସବୁଠାରୁ ସାନ । ୨୦୧୮ ମସିହାରେ ରଜିୟା ବିପିଏସସି ପ୍ରାଥମିକ ପରୀକ୍ଷା ଦେଇଥିଲେ ଓ ୨୦୧୯ରେ ମେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।