ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଲୋକମାନେ ପୁରୁଣା ଦରରେ ଘର ପାନୁ ଦେବେ ବୋଲି ମାନ୍ୟବର ଓଡିଶା ହାଇକୋର୍ଟ ମଧ୍ୟବର୍ତ୍ତୀ କାଳୀନ ତାଙ୍କ ରାୟରେ ପ୍ରକାଶ କରିଛନ୍ତି l କଂଗ୍ରେସ ନେତା ତଥା ଆଇନଜୀବି ପୀତବାସ ପଣ୍ଡାଙ୍କ ଏକ ରିଟ ପିଟିସନକୁ ବିଚାରକୁ ନେଇ ଅଦାଲତ ବ୍ରହ୍ମପୁର ମହାନଗର ନିଗମକୁ ଏହି ଆଦେଶ ଦେବାସହ ଲୋକଙ୍କ ଠାରୁ କାହିଁକି ୟୁଜର୍ସ ଫିଜ ଆଦାୟ କରାଯାଉଛି ତାହାର କାରଣ ଦର୍ଶାଇବାକୁ ରାଜ୍ୟସରକାର ଓ ମହାନଗର ନିଗମକୁ ନୋଟିସ ଜାରି କରିଛନ୍ତି l

ବ୍ରହ୍ମପୁର ମହାନଗର ନିଗମ ବିନା କୌଣସି ଜନ ଶୁଣାଣି କିମ୍ବା ପୌର ପରିଷଦର ଅନୁମୋଦନ ନ ଥାଇ ଘର ପାନୁକୁ ପ୍ରାୟ ଶତ ପ୍ରତିଶତ ବୃଦ୍ଧି କରିଥିଲେ ଓ ନୁଆ ୟୁଜର୍ସ ଫିଜ ଲାଗୁ କରିଥିଲେ l ଏହା ବିରୁଦ୍ଧରେ କଂଗ୍ରେସ ନେତା ତଥା ଆଇନଜୀବି ପୀତବାସ ପଣ୍ଡା ଆନ୍ଦୋଳନ କରିବା ସହ ନିଜେ ଓଡିଶା ଉଚ୍ଚ ନ୍ୟାୟଳୟର ଦ୍ଵାରସ୍ଥ ହୋଇଥିଲେ l ତେବେ ନ୍ୟାୟାଳୟ ନିକଟରେ ଥିବା ସମସ୍ତ କାଗଜ ପତ୍ର ଉପରେ ତର୍ଜମା କରିବା ପରେ ଉଚ୍ଚ ନ୍ୟାୟଳୟ ଏହି ଆଦେଶ ଦେଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି l