ଅନ୍ୱେଷା ଓ କଟକ ପୋଲିସର ରନ୍ଧା ଖାଦ୍ୟ ବଣ୍ଟନ

କଟକ: ବର୍ତ୍ତମାନ କରୋନା ମହାମାରୀର ଦିତୀୟ ଲହର ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି । ବିଶେଷ କରି ଯାହାକି ଜୀବନ ଓ ଜିବିକା ମଧ୍ୟରେ ଗୋଟିଏ କୁ ବାଛିବାକୁ ପଡିଛି ସେମାନଙ୍କ ଜୀବନ ଅତ୍ୟନ୍ତ ହତାଶ କରିଦେଇଛି । ଏପରି ଏକ ସ୍ଥାନର ସନ୍ଧାନ କରି ଅନ୍ୱେଷା ପହଞ୍ଚିଥିଲା କଟକ ର ଘାଟକୂଳ ସ୍ଥିତ ବାଲିସାହି ଅଞ୍ଚଳରେ । ଅନ୍ୱେଷା ଫାଉଣ୍ଡେସନର ଝିଅମାନେ ମିଶି ସମାଜ ପାଇଁ ଉଦାହରଣ ପାଲଟିବା ସହ କୋରୋନା ଯୋଦ୍ଧା ରୁପେ ସର୍ବଦା ଲୋକଙ୍କ ସେବାରେ ଥିବା କଟକ ପୋଲିସ ସମାଜକୁ ଏକ ବାର୍ତ୍ତା ଦେଇଛି । କଟକ ଡିସିପି ଆଇପିଏସ୍ ପ୍ରତୀକ ସିଂହଙ୍କ ଉପସ୍ଥିତ ରେ କଟକର ଘାଟକୁଳ ବାଲିସାହି ଅଞ୍ଚଳରେ ଥିବା ୬୦୦ ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । କଟକ ଡିସିପି ଆଇପିଏସ୍ ପ୍ରତୀକ ସିଂହ , ଏସିପି ଶ୍ରୀ ଶୁଭ ନାରାୟଣ ମୁଦୁଲି, ମଧୁପାଟଣା ଥାନା ଆଇଆଇସି ଶ୍ରୀ ତୁଷାର କାନ୍ତ ସେଠୀଙ୍କ ଉପସ୍ଥିତ ରେ ଅନ୍ୱେଷା ଫାଉଣ୍ଡେସନ କରୋନା ନିୟମ ପାଳନ କରି ଏବଂ ସାମାଜିକ ଦ୍ଵରତ୍ୱ ରକ୍ଷା କରି ରନ୍ଧା ଖାଦ୍ୟ ବଣ୍ଟନ କରିଥିଲା । ଏହି କାର୍ୟ୍ୟକ୍ରମରେ ଇପସିତା ସାହୁ, ସାଗରିକା ସାମନ୍ତ, ସୁପ୍ରତୀ ନାଥ ଶର୍ମା, ଲକ୍ଷ୍ମୀ ପ୍ରିୟା ଦୀକ୍ଷିତ, ପ୍ରୀତି ପ୍ରିୟଙ୍କା ,ସ୍ନେହା ଜେନା, ସାନ୍ଭି ସଙ୍ଗୀତା, ସୋନାଲି ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।