କଟକ(ଜଗନ୍ନାଥ ମହାନ୍ତି): କଟକ ସହରର ବିଦ୍ୟାଧରପୁରରେ ଡକାୟତଙ୍କ ଏକ ବଡ଼ ଯୋଜନା ପଣ୍ଡ କରିଛି ଚାଉଳିଆଗଞ୍ଜ ପୋଲିସ। ଏକ ନିରୋଳା ସ୍ଥାନରେ ୫ ଜଣ ଡ଼କାୟତ ଯୋଜନା କରୁଥିବା ବେଳେ ହାବୁଡି ଯାଇଥିଲା ପୋଲିସ । ଆଉ ୫ ଜଣଙ୍କୁ ଗିରଫ କରିବା ସମୟରେ ଅନେକ କିଛି ସମଗ୍ରୀ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି ।ତେବେ ଏହି ଅଭିଯୁକ୍ତ ମାନଙ୍କ ମଙ୍ଗ ଧରିଥିଲା ମିଲନ ଓରଫ ବିଶ୍ଵଜିତ ମହାରଣା । ଜାତୀୟ ରାଜପଥରେ ଡକାୟତି ଥିଲା ଏହି ଗ୍ୟାଙ୍ଗର ମୁଖ୍ୟ ଲକ୍ଷ । ପୂର୍ବରୁ କଟକରେ ଅନେକ ଚୋରି ମାମଲା ମଧ୍ୟ ଏମାନଙ୍କ ନାଁରେ ରହିଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ଖସିବାରେ ସକ୍ଷମ ହେଉଥିଲେ ଏହି ଗ୍ୟାଙ୍ଗ ।
ତେବେ ଶେଷରେ ଆଜି ଏହି ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ ମଧ୍ୟ କରିଛି । ଡକାୟତ ମାନଙ୍କ ସର୍ଦ୍ଦାର ମିଲନ ସହିତ ଗେଡା , ବାବୁ , ଜଗା ,ନଣ୍ଡା ପୋଲିସର କବଜାକୁ ଆସିଛନ୍ତି।