ଆପଣ ଜାଣନ୍ତି କି ତ୍ରିଫଳା ….

(ରିପୋର୍ଟସ ଡୁଡେ) ଶରୀର ପାଇଁ ତ୍ରିଫଳା ଲାଭଦାୟକ। ହରିଡ଼ା-ବାହାଡ଼ା-ଅଁଳା ତ୍ରିଫଳା ନାମରେ ପରିଚିତ। ଏଥିରେ ବହୁ ଔଷଧୀୟ ଗୁଣ ଭରି ରହିଛି।
ତାହାଲେ ଆସନ୍ତୁ ଜାଣିବା ତ୍ରିଫଳାରେ ଅଛି କଣ ରହସ୍ୟ
 ପ୍ରତିଦିନ ସକାଳେ ନିୟମିତ ଭାବରେ ତ୍ରିଫଳା ଖାଇଲେ ହାର୍ଟ ଆଟାକ୍‌ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।
 ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ରକ୍ତରେ କୋଲେଷ୍ଟରଲ ତଥା ଶର୍କରା ସ୍ତର ମଧ୍ୟ କମ୍‌ ହୋଇଥାଏ। ଏହାଦ୍ୱାରା ପାଚନ କ୍ରିୟା ସ୍ବାଭାବିକ ହୋଇ କୋଷ୍ଠବଦ୍ଧତାରୁ ମିଳିଥାଏ ମୁକ୍ତି।
 ଏହାକୁ ମୁଣ୍ଡରେ ଲଗାଇଲେ କେଶ ଘନ, ଲମ୍ବା ଓ ଉଜ୍ଜ୍ୱଳ ହୋଇଥାଏ। ମୁଣ୍ଡ ଥଣ୍ଡା ରହିଥାଏ।
 ଆଖିରେ କୌଣସି ପ୍ରକାରର ସମସ୍ୟା ଦେଖାଦେଲେ ତ୍ରିଫଳା ପାଣିକୁ ପତଳା କନାରେ ଛାଣି ଆଖିକୁ ଧୋଇଲେ ଉପକାର ମିଳିଥାଏ।