ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ(ହର ପ୍ରସାଦ ବିଶୋଇ): କରୋନା ମହାମାରୀ ସହ ସମଗ୍ର ବିଶ୍ୱ ଲଢେଇ କରୁଛି ଏଭଳି ସମୟରେ ରକ୍ତର ଅଭାବ ଦୂରୀକରଣ ପାଇଁ କବିସୂର୍ଯ୍ୟନଗର ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଏହି ରକ୍ତ ଦାନ ଶିବିରକୁ ଉଦଘାଟନ କରିଛନ୍ତି |ରକ୍ତଦାନ ଶିବିରରେ ବିଧାୟିକା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏଭଳି କରୋନା ମହାମାରୀ ସମୟରେ ରକ୍ତ ଦାନ ଭଳି ମହତ କାର୍ଯ୍ୟ କରିଥିବା ରୁ ଧନ୍ୟବାଦ ଜଣାଇଥିଲେ |

ଏହି ଶିବିରରେ 46 ୟୁନିଟ ରକ୍ତ ସଂଗୃହିତ ହୋଇଛି |ଏଥିସହ କରୋନାରେ ମୃତ୍ୟୁ ବରଣ କରିଥିବା କବିସୂର୍ଯ୍ୟନଗର ଏନଏସି ଓ ବ୍ଲକର ଶିକ୍ଷକଙ୍କୁ ସନ୍ନମାନ ଜଣାଇ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଛନ୍ତି ବିଧାୟିକା |ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଯିବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା,ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ,ବ୍ଲକ ଅଧକ୍ଷ ସନ୍ତୋଷ ପାଢ଼ୀ,ପୂର୍ବତନ ଏନଏସି ଅଧକ୍ଷ ମନୋରଞ୍ଜନ ମହାପାତ୍ର,ବିଜେଡି ନଗର ସଭାପତି ଭଗବାନ ସ୍ୱାଇଁ,ବିଜେଡି କାର୍ଯ୍ୟକାରି ସଭାପତି ରସଲ ଦାସ ଓ ସରପଞ୍ଚ ଉପସ୍ଥିତ ଥିଲେ |