୧୩୦ ଜଣ ବନ୍ଧୁ ବାନ୍ଧବଙ୍କୁ ନେଇ ଆକାଶରେ ବିବାହ କଲେ ଏହି ଦମ୍ପତି
ମହାମାରୀ ସଙ୍କଟ ଭିତରେ ଜୁଝୁଛି ସାରା ଦେଶ। କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସରକାର ଲକଡାଉନ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି।
(ଦିଲ୍ଲୀ) : ମହାମାରୀ ସଙ୍କଟ ଭିତରେ ଜୁଝୁଛି ସାରା ଦେଶ। କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସରକାର ଲକଡାଉନ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି। କାରଣ ସରକାର ବିବାହ କାର୍ଯ୍ୟକ୍ରମକୁ ନେଇ ବହୁ ପ୍ରକାରର କଟକଣା ଲାଗୁ କରିଛନ୍ତି। ତେବେ ଏହାରି ମଧ୍ୟରେ ଏକ ଦମ୍ପତି ଅଭିନବ ଉପାୟରେ ବିବାହ କରିଛନ୍ତି। ସେମାନେ ପୃଥିବୀ ବଦଳରେ ଆକାଶରେ ବିବାହ କରିଛନ୍ତି।
ତାମିଲନାଡୁ ମଦୁରାଇର ଥୁଥୁକୁଡ଼ି ଯାଉଥିବା ଏକ ବିମାନରେ ଏହି ଅନନ୍ୟ ବିବାହ ହୋଇଛି। ମଦୁରାଇର ରାକେଶ ଏବଂ ଦୀକ୍ଷା ଲକଡାଉନ ପାଇଁ ଆକାଶରେ ବିବାହ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ଚାର୍ଟାର୍ଡ ବିମାନକୁ ବୁକ୍ କରିଥିଲେ। ୧୩୦ ଜଣ ବନ୍ଧୁ ବାନ୍ଧବଙ୍କୁ ନେଇ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଏହି ଦମ୍ପତି ବିମାନରେ ବିବାହ କରିବାର ଦୁଇ ଦିନ ପୂର୍ବରୁ ବିବାହ କରିଥିଲେ। ସେମାନେ ତାଙ୍କ ବିବାହକୁ ସ୍ମରଣୀୟ କରିବାକୁ ଯାଇ ଏଭଳି ଯୋଜନା କରିଥିଲେ।